Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବସ୍ ସହ ତେଲ ଟ୍ୟାଙ୍କର ଧକ୍କା: ୪ ମୃତ, ୨୦ ରୁ ଅଧିକ ଆହତ

Manini Pattanayak
Browse all articles by Manini Pattanayak
·1 year ago
ବସ୍ ସହ ତେଲ ଟ୍ୟାଙ୍କର ଧକ୍କା: ୪ ମୃତ, ୨୦ ରୁ ଅଧିକ ଆହତ

ବ୍ରହ୍ମପୁର:  ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ସହ ତେଲ ଟ୍ୟାଙ୍କର ଧକ୍କା। ରାସ୍ତା କଡ ଚା ଦୋକାନ କୁ ମାଡ଼ି ଗଲା ଦୁଇ ଦୁର୍ଘଟଣା ଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ ମୃତ, ୨୦ ରୁ ଅଧିକ ଆହତ। ଚା ଦୋକାନରେ ଚା' ପିଉଥିବା ୩ଜଣ , ବସ୍ ର ଜଣେ ଯାତ୍ରୀ ମରିଥିବା ସୂଚନା। ଯାତ୍ରୀ ବାହି ବସ୍ ଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କର ଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା।

ତେବେ ସମରଝୋଳ ଛକରେ ତେଲ ଟ୍ୟାଙ୍କର ଟି ଟ୍ରକ୍ କୁ ଓଭର ଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ଓ ଟ୍ରକ ମୁହାଁମୁହିଁ ଧକକା ହୋଇଥିଲା। ଫଳରେ ରାସ୍ତାକଡ ଚା ଦୋକାନ ଆଡ଼କୁ ମାଡି ଯାଇଥିଲା। ଦୁର୍ଘଟନା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Oil tank collides with a bus: 4 dead, more than 20 injured | Argus News