Bhubaneswar Driver Protest / ଅଣାୟତ୍ତ ହେଲା ଅନଲାଇନ୍ ଡ୍ରାଇଭରଙ୍କ ଆନ୍ଦୋଳନ, ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ ଛକ
·2 weeks ago·2 min read

Key Points
ଅଣାୟତ୍ତ ହେଲା ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ
ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ ଛକ
ଢେଲା ପଥର ମାଡ଼ରେ ଭାଙ୍ଗିଲା 7ରୁ ଅଧିକ ବସ୍
ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ ଛକ
ଢେଲା ପଥର ମାଡ଼ରେ ଭାଙ୍ଗିଲା 7ରୁ ଅଧିକ ବସ୍
ବିଭିନ୍ନ ଦାବି ନେଇ ଅନଲାଇନ୍ ଅଟୋ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ । କିନ୍ତୁ ହଠାତ ସ୍ଥିତି ବଦଳିଗଲା । ରଣକ୍ଷେତ୍ର ପାଲଟିଗଲା ମାଷ୍ଟରକ୍ୟାଣ୍ଟିନ । ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀମାନେ ଢେଲା ପଥର ମାଡ କରିଥିଲେ । ଏଥିରେ ୨୦ରୁ ଅଧିକ ପୋଲିସ କର୍ମୀ ଆହତ ହେଲେ । ସେପଟେ ପୋଲିସ ୧୦୦ଜଣ ଆନ୍ଦୋକାରୀଙ୍କୁ ଗିରଫ କରିଛି । ଆଉ ସେମାନଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଏପରିକି ସିଜ୍ ହୋଇଥିବା ଗାଡିଗୁଡିକର ପଞ୍ଜିକରଣ ରଦ୍ଦ ହେବ ବୋଲି କହିଛନ୍ତି ଡିସିପି ଜଗମୋହନ ମୀନା । ଅନ୍ୟପଟେ ପରିବହନ ମନ୍ତ୍ରୀ କହିଛନ୍ତି ଆଇନକୁ ହାତକୁ ନେବାକୁ କାହାରି ଅଧିକାରୀ ନାହିଁ ।
ସମୟ ଦିନ ୧୨ଟା । ମାଷ୍ଟର କ୍ୟାଣ୍ଟିନ ଛକ । ରାସ୍ତା ଉପରେ ଅନଲାଇନ ଡ୍ରାଇଭରଙ୍କ ଦବଙ୍ଗଗିରି I ଆନ୍ଦୋଳନ ଭିତରେ ହଠାତ୍ ଉତକ୍ଷିପ୍ତ ହୋଇଯାଇଥିଲେ ଶତାଧିକ ଅନଲାଇନ ଡ୍ରାଇଭର । ମାଡି ଆସିଲେ, ଆଉ ହଙ୍ଗାମା କଲେ I ଯାହାକୁ ଦେଖିଲେ ତାକୁ ଆଟାକ କଲେ । ଆନ୍ଦୋଲନ ଉଗ୍ର ରୂପ ନେଇଗଲା ।
ଜାମ ହୋଇଗଲା ରାଜଧାନୀ ରାସ୍ତା I ପୋଲିସ ସେମାନଙ୍କୁ ବୁଝାସୁଝା କରୁଥିଲା । ହେଲେ ଏତିକି ବେଳେ ହଠାତ ପୋଲିସ ଉପରେ ଢେଲା ପଥର ମାଡ଼ । ଢେଲା ପଥର ମାଡ଼ରେ ଭାଙ୍ଗିଲା ୭ରୁ ଅଧିକ ବସ୍ । ୨୦ରୁ ଅଧିକ ପୋଲିସ କର୍ମଚାରୀ ଆହତ । ଏମିତିକି ଡ୍ରାଇଭରଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ କ୍ୟାପିଟାଲ ଥାନା ଅଧିକାରୀ ।
ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ଭୁବନେଶ୍ୱର ଡିସିପି ନିଜେ ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିଥିଲେ । ଉତ୍ୟକ୍ତ ଡ୍ରାଇଭର୍ମାନଙ୍କୁ ଘଉଡାଇବା ପାଇଁ ମୃଦ୍ୟୁ ଲାଠିଚାଳନା କଲେ । ୫୦ରୁ ଅଧିକ ଲୋକ ଗୁରୁତର ଆହତ ହେଲେ I ପ୍ରାୟ ୧ ଘଣ୍ଟାର ହାଇଡ୍ରାମା ପରେ ସ୍ୱାଭାବିକ ହୋଇଥିଲା ରାସ୍ତା ।
ସେପଟେ ଗାନ୍ଧୀମାର୍ଗରେ ରଖାଯାଇଥିବା ସବୁ ଅଟୋକୁ ସିଜ୍ କରାଯାଇଛି । ଆନ୍ଦୋଲନରତ ଅନଲାଇନ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ I ଆଜିକୁ ୩ ଦିନ ତଳେ ଓଲା, ଉବର, ରାପିଡୋ ଭଳି କମ୍ପାନୀ ଡ୍ରାଇଭରମାନଙ୍କୁ ଶୋଷଣ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିଲା ସଂଘ । ସେମାନଙ୍କ ଦାବି ଥିଲା...
-ନ୍ୟୁନତମ ଓ ସର୍ବାଧିକ ଭଡ଼ା
-ଅବୈଧ ଆକାଉଣ୍ଟ ବନ୍ଦ ଏବଂ ଶୋଷଣ ବନ୍ଦ
-ରହିବା ଓ ଅପେକ୍ଷା ସମୟ ପାଇଁ ପ୍ରାପ୍ୟ
-ଟ୍ରାଫିକ ଜାମ ସମୟର ପାରିଶ୍ରମିକ
-କ୍ୟାନ୍ସଲେସନ ଫିର ସମ୍ପୁର୍ଣ୍ଣ ପ୍ରାପ୍ୟ
-ଓଡ଼ିଶାରେ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ
-ନୂଆ ଗାଡି ଆଟାଚମେଣ୍ଟ ଉପରେ ସୀମା ନିର୍ଦ୍ଧାରଣ
ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଆଇନକୁ ହାତକୁ ନେବାକୁ କାହାର ଅଧିକାର ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜିର ଆନ୍ଦୋଳନ ଫଳରେ ଶିଶୁଭବନ ଛକରୁ ବାଣୀବିହାର ରାସ୍ତାର ଦୁଇ ପାର୍ଶ୍ଵରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଷ୍ଟେସନକୁ ଯାଉଥିବା ଯାତ୍ରୀ, ମେଡ଼ିକାଲ ଯାଉଥିବା ରୋଗୀ, ଅଫିସ ଯାଉଥିବା ସାଧାରଣ ଲୋକେ ସମସ୍ତେ ପ୍ରଭାବିତ ହୋଇଥିଲେ । ଆମ ବସ୍ ଉପରେ ନିର୍ଭର କରୁଥିବା ଲୋକେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
Related Topics
Explore more stories