ହାଇୱା ଧକ୍କାରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ
·1 year ago·1 min read

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମର ଚୈଧୁରୀ ସୁଦର୍ଶନ ତ୍ରିପାଠୀ ସାଇକେଲରେ ଭୋର ସକାଳ ୫ ଟା ସମୟରେ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟା କୁ ଯାଉଥିଲେ। ଠାକୁରମୁଣ୍ଡା ବଜାର ଠାରୁ ୫ କିମି ଦୂର ହାଣ୍ଡିଫୁଟା ଛକରେ ବାମ କଡରେ ବୁଲି ଘର କୁ ଯାଉଥିବା ବେଳେ ଚଢେଇଧରାରୁ ଚିପ୍ଷି ବୋଝଇ ହାଇୱା OD04R 0926 ସାଇକେଲ ସହ ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳ ରେ ମୃତ୍ୟୁ ହୋଇ ଥିଲା। ସଂଙ୍ଗେ ସଂଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ କେନ୍ଦ୍ର ଅଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳ ରୁ ଖସି ପଳାଉଥିବା ଦେଖି ଲୋକ ହାଇୱାକୁ ଗ୍ରାମ ବାସୀ ଧରିଥିଲେ ଏବଂ ଠାକୁରମୁଣ୍ଡା ଥାନାକୁ ଖବର ଦେଇଥିଲେ ।ପୋଲିସ ପହଞ୍ଚି ଡ୍ରାଇଭର ଓ ହାଇୱାକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: