Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜରି ପାଲ ତଳେ ବିତୁଛି ଅସହାୟ ବୃଦ୍ଧାଙ୍କ ଜୀବନ

Odisha

ଜରି ପାଲ ତଳେ ବିତୁଛି ଅସହାୟ ବୃଦ୍ଧାଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ଜରି ପାଲ ତଳେ ବିତୁଛି ଅସହାୟ ବୃଦ୍ଧାଙ୍କ ଜୀବନ

ଅର୍ଗସ ବ୍ୟୁରୋ: ଚାରି ହାତର ବାଉଁଶ ଘେରା ଟିଏ, ଘେରା ଉପରେ ପଡିଛି ଛିଣ୍ଡା ପ୍ଲାଷ୍ଟିକ। ମେଲା ଛାଉଣୀରେ ଭିତରେ ବିତୁଛି ରତନୀଙ୍କ ଜୀବନ। ବୟସ ୮୦ ରୁ ଉର୍ଦ୍ଧ୍ୱ, ରହିବା ପାଇଁ ଘର ଟିଏ ନାହିଁ।  ଆଜି ବି ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ରତନୀ। ଏଭଳି ଜଣେ ନିରାଶ୍ରୟ, ଅସହାୟ ବୃଦ୍ଧାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରଙ୍କ ପାଖରେ ଆବାସ ନାହିଁ।ସରକାରଙ୍କ ଅନେକ ଯୋଜାନା ଅଛି ହେଲେ ଆଜି ବି ଉପଯୁକ୍ତ ହିତାଧୀକାରୀ ଅବହେଳିତ।

ନିରାଶ୍ରୟଙ୍କ ପାଖରେ ଅପହଞ୍ଚ ବିକାଶ। ତେବେ ପ୍ରଶାସନ ଓ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ମଧ୍ୟ ଫଳ ଶୂନ।ଆବାସ ସଫଳତାର ଡିଣ୍ଡିମ ପିଟୁଥିବା ସରକାର ବାସହୀନ ରତନୀଙ୍କୁ ଆବାସ ଟିଏ ଦେବାରେ କେବେ ତତ୍ପରତା ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
old man suffering from problem | Argus News