ଷଣ୍ଢ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ
·2 years ago

ବ୍ରହ୍ମପୁର: ଷଣ୍ଢ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ସେହି ଗାଁର ବି.କାମିଲି ପାତ୍ର । ସକାଳୁ ଘର ବାହାରକୁ କୌଣସି ଏକ କାମରେ ଯାଉଥିବାବେଳେ ମାରଣା ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମୟର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
ଏ ଘଟଣା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେପଟେ ଏଭଳି ମାରଣା ଷଣ୍ଢକୁ କିପରି ଘଉଡାଇଯିବ ସେନେଇ ସ୍ଥାନୀୟ ଲୋକେ ବେଶ ଚିନ୍ତିତ ଅଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: