Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

Odisha

ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଆଧାର ସଂଯୋଗ ପାଇଁ  ୩୦ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା

ଅର୍ଗସ ବ୍ୟୁରୋ: ଧେତ୍ । ଭାତ ବାସ୍ନାରେ ତମର ଘୁଷୁରିବା କଥା ମିଛ । ଗୋଡ଼ରୁ ଗଜରୁଥିବା ମାଇଲ ମାଇଲ ପରାଜୟର ପାଦଚିହ୍ନ ବି ମିଛ । ଯେଉଁ ଦୃଶ୍ୟରୁ ବାହାରି ହେବନି ସେମିତି ଦୃଶ୍ୟର ପ୍ରଶ୍ନିଳ ଚାହାଣୀ ନେଇ ଆଣ୍ଠେଇ ଆଣ୍ଠେଇ କୁଆଡ଼େ ଯାଉଛ ? ତମ ଲୁହ କି ଲହୁର ରଙ୍ଗ ୨୪ ବର୍ଷ ହେବ କାହାକୁ ଦିଶିଛି ଯେ ଆଣ୍ଠେଇ ଆଣ୍ଠେଇ ବାହାରି ପଡ଼ିଛ ରାସ୍ତାକୁ ? ରାସ୍ତା ତ ହାହାକାରକୁ ଗିଳି ଦେଉଥିବା ଗୋଟେ ଅଜଗର କେବେକେବଳ ରାସ୍ତା ହିଁ ଗୋଟେ ଅଜଗର । ଭୋଟ୍ ଦେଲା ବେଳେ ସିନା ତରାଜୁରେ ତମ ଓଜନ ମପାଯିବ । ନ ହେଲେ ତମେ ବଞ୍ଚିଛ ବୋଲି ୨୪ ବର୍ଷ ଧରି ଶାସନ କରୁଥିବା ସ୍ଥିର ସରକାରର ମଙ୍ଗୁଆଳ, ମନ୍ତ୍ରୀ ନା ପ୍ରଶାସକ, କିଏ ଜାଣିଛି, କିଏ ଦେଖିଛି ? ହେଲେ କିଏ ୟେ ? ଗୁରୁଣ୍ଡିଗୁରୁଣ୍ଡି ଚମ୍ ଧୁଡ୍ ଧୁଡ୍ ଶରୀର ନେଇ କୁଆଡ଼େ ବାହାରିଛି ?

ବୟସ ୮୫ ଡେଇଁଲାଣି । କଥା ବି ପାଟିରୁ ଜୋରରେ ବାହାରୁନି । ହେଲେ ଜୀବନର ଅପରାହ୍ନରେ  ମାଇଲ ମାଇଲ ବାଟ ଆଣ୍ଠେଇ ସମସ୍ୟାର ସମାଧାନ କରି ଜୀବନ ଜୀଇଁବା ପାଇଁ ଚେଷ୍ଟିତ ସୁନ୍ଦରଗଡ଼ କୁତ୍ରା ବ୍ଲକର ଟେରସା ବାର୍ଲା । ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେଥିପାଇଁ ଅସହାୟ ଟେରସା ଗୁରୁଣ୍ଡି ଗୁରୁଣ୍ଡି ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । କୁତ୍ରା ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଧଡ଼ିଥିଲା । ସେଠାରୁ ସେ ହଜାରେ ଟଙ୍କା ଉଠାଇ ଘରକୁ ଫେରିଥିଲେ ।

ଏପ୍ରିଲ ମାସରେ ବି ଏମିତି ଏକ ଦୃଶ୍ୟ ନବରଙ୍ଗପୁର ଝରିଗାଁରୁ ସାମ୍ନାକୁ ଆସିଥିଲା । ପେନସନ୍ ପାଇଁ ସୂର୍ଯ୍ୟ ହରିଜନ ନାଁରେ ଜଣେ ବୃଦ୍ଧା ଚେୟାର ଧରିଧରି ବ୍ୟାଙ୍କ ଯିବା ଘଟଣା ହଇଚଇ ସୃଷ୍ଟି କରିଥିଲା । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ବିଟ୍ ପରେ ତାଙ୍କ ଦୁଆର ମୁହଁରେ ପହଞ୍ଚିଥିଲା ପ୍ରଶାସନ । ଆଉ ସେତେବେଳେ ବାହାଦୂରୀ ମାରିବା ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଆଗକୁ ଏଭଳି ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଦମ୍ଭ ଭରିଥିଲେ । ସମସ୍ତ ଭିନ୍ନକ୍ଷମଙ୍କୁ ହ୍ବିଲ୍ ଚେୟାରର ବ୍ୟବସ୍ଥା ପାଇଁ ଅଲେଖା ପ୍ରତିଶ୍ରୁତି ଦେଇଥିଲେ । ହେଲେ ସାତ ମାସର ସମୟ ଭିତରେ କଣ ବଦଳିଲା ? ଛାଡ଼ନ୍ତୁ…୨୪ ବର୍ଷର ସ୍ଥିର ସରକାରରେ ଯଦି ଅବସ୍ଥା ନ ବଦଲିଲା ଆଉ ସାତ ମାସରେ କଣ ବଦଳିବ ? ହେଲେ ଏ ଦୃଶ୍ୟକୁ ଦେଖି ବିଜେଡି ସରକାରର ନେତା, ମନ୍ତ୍ରୀଙ୍କ ଆଖିକୁ ନିଦ କେମିତି ଆସୁଛି ? ଜଣେ ଭିନ୍ନକ୍ଷମ ବୃଦ୍ଧା ମହିଳା ଗୁରୁଣ୍ଡି ଗୁରୁଣ୍ଡି ନିଜ ହକ୍ ପାଇଁ ଯାଉଥିବାର ଦେଖି ଏ ପ୍ରଚାରରେ ମାତିଥିବା ଶଙ୍ଖଦଳର ନେତାଙ୍କ ପାଟିକୁ ଦାନା ଯାଉଛି କେମିତି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଥିପାଇଁ ଅପାରଗ ସରକାର କହି ପ୍ରବଳ ବର୍ଷିଛି ବିଜେପି ।ଟେରସା ତ ଭାତହାଣ୍ଡି ଭିତରୁ କେବଳ ଗୋଟିଏ ଭାତ । ଏମିତି ରାଜ୍ୟ ସାରା ହଜାରହଜାର ଟେରସା ଅଛନ୍ତି । ଯେଉଁମାନଙ୍କ ପାଇଁ ବିକାଶ ତ ଛାଡ଼ନ୍ତୁ ସରକାରୀ ସୁବିଧା ବି ସାତ ସପନ । ୨୪ ବର୍ଷର ସ୍ଥିର ସରକାର ଉପରେ ଏହା ଠାରୁ ବଡ଼ ପ୍ରଶ୍ନବାଚୀ ଆଉ କଣ ହୋଇପାରେ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus Whatsapp Channel Mobile Top
Sponsored
old woman walked 30 kilometers to connect Aadhaar | Argus News