Olive Ridley / ବିପଦରେ ଅଲିଭ୍ ରିଡ୍ଲେ; ନିଷିଦ୍ଧାଞ୍ଚଳରେ ଟିପା, ଡଙ୍ଗା ଓ ଟ୍ରଲରରେ ମାଛ ମାରୁଛନ୍ତି ମତ୍ସ୍ୟଜୀବୀ
·9 months ago·2 min read

Key Points
ନିଷିଦ୍ଧାଞ୍ଚଳରେ ମାାଛ ମାରୁଛନ୍ତି ମତ୍ସ୍ୟଜୀବୀ । ଏଥି ଯୋଗୁଁ ବିରଳ ଅଲିଭ୍ ରିଡଲେଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । କଇଁଛ ସୁରକ୍ଷା ଶିବିର ନିକଟ ସମୁଦ୍ର କୂଳ ପୁରା ମୁକୁଳା, ଅସ୍ଥାୟୀ ହ୍ୟାଚେରୀ ଏବଂ ସୁରକ୍ଷା ଶିବିର ପୁରା ଖାଁ ଖାଁ ।
ବ୍ରହ୍ମଗିରି (ପୁରୀ): କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ପୁରୀରେ ମାଛ ମାରିବା ଉପରେ କଟକଣା ଜାରି ହୋଇଛି । କିନ୍ତୁ ଏହାକୁ ବେଖାତିର କରି ନିଷିଦ୍ଧାଞ୍ଚଳରେ ମାାଛ ମାରୁଛନ୍ତି ମତ୍ସ୍ୟଜୀବୀ । ଏଥି ଯୋଗୁଁ ବିରଳ ଅଲିଭ୍ ରିଡଲେଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । କଇଁଛ ସୁରକ୍ଷା ଶିବିର ନିକଟ ସମୁଦ୍ର କୂଳ ପୁରା ମୁକୁଳା, ଅସ୍ଥାୟୀ ହ୍ୟାଚେରୀ ଏବଂ ସୁରକ୍ଷା ଶିବିର ପୁରା ଖାଁ ଖାଁ । ଏନେଇ ରିୟଲିଟି ଚେକ୍ କରିଛି ଅର୍ଗସ ନ୍ୟୁଜ୍ ।
ପୁରୀରେ ପ୍ରହସନ ପାଲଟିଛି କଇଁଛ ସୁରକ୍ଷା ବ୍ୟବସ୍ଥା । ନଭେମ୍ବର ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ସମୁଦ୍ର କୂଳରେ ମାଛ ମାରିବା ଉପରେ ଲାଗିଛି କଟକଣା । କିନ୍ତୁ ଏହାକୁ ଫୁ କରି ମାଛ ମାରୁଛନ୍ତି ମତ୍ସ୍ୟଜୀବୀ । କଇଁଛ ସୁରକ୍ଷାର ରିୟଲିଟ୍ ଚେକ୍ କରିଛି ଅର୍ଗସ୍ ନ୍ୟୁଜ୍ ।
ଏଥିସହ ପଢ଼ନ୍ତୁ: ଅଲିଭ୍ ରିଡଲେଙ୍କୁ ବଞ୍ଚାଇବା ପାଇଁ ୩୦ ବର୍ଷ ହେଲା ସମୁଦ୍ର କୂଳରେ...
ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବ୍ରହ୍ମଗିରି ବନ୍ୟପ୍ରାଣୀ ବନାଞ୍ଚଳର ହରଚଣ୍ଡୀ କଇଁଛ ସୁରକ୍ଷା ଶିବିର ନିକଟ ସମୁଦ୍ର କୂଳ ପୁରା ମୁକୁଳା, ଅସ୍ଥାୟୀ ହ୍ୟାଚେରୀ ଏବଂ ସୁରକ୍ଷା ଶିବିର ପୁରା ଖାଁ ଖାଁ । ସେଠାରେ ଝୁଲୁଥିଲା ତାଲା, ଅଧିକାରୀ କିମ୍ବା କର୍ମଚାରୀଙ୍କର ଦେଖା ନଥିଲା । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଟକଣା ସମୟରେ ସକ୍ରିୟ ହୋଇ ପଡ଼ିଛନ୍ତି ମତ୍ସ୍ୟଜୀବୀ । ତେଣୁ କଇଁଛଙ୍କ ସୁରକ୍ଷାକୁ ନେଇ ଠିଆ ହୋଇଛି ବଡ଼ ପ୍ରଶ୍ନ । ୨୪ ଘଣ୍ଟିଆ ପାଟ୍ରୋଲିଂ ସହ ଆଣ୍ଟି ପୋଚିଙ୍ଗ୍ ସ୍କ୍ଵାଡ୍, ବନରଖି, ବନପାଳ ଏବଂ ଆଞ୍ଚଳିକ ବନ ଅଧିକାରୀ, ସହକାରୀ ବନ ସଂରକ୍ଷକ ଏବଂ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ କଇଁଛଙ୍କ ସୁରକ୍ଷା ।
ଏଥିସହ ପଢ଼ନ୍ତୁ: ଦିନକୁ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି... ଶ୍ରମ ମନ୍ତ୍ରଣାଳୟର ଟ୍ଵିଟ୍ ପରେ ବଢ଼ିଲା ଚର୍ଚ୍ଚା
ହେଲେ ଅଧିକାରୀଙ୍କ ଉଦାସୀନତା ଏବଂ ଅବହେଳା ପାଇଁ ଅନେକ ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ପୁରୀକୁ ସୁରକ୍ଷିତ ସ୍ଥାନ ଭାବି ସମୁଦ୍ର ଭିତରୁ କୂଳକୁ ଆସୁଥିବା କଇଁଛଙ୍କ ଜୀବନ ଏବେ ବିପଦ ମୁହଁରେ ।

Related Topics
Explore more stories