କାମ କରୁନି ସରକାରୀ ବଳ କି ବୁଦ୍ଧି , ଫେଲ୍ ମାରୁଛି ସବୁ ଚେଷ୍ଟା

ଅର୍ଗସ ବ୍ୟୁରୋ: କାମ କରୁନି ସରକାରୀ ବଳ କି ବୁଦ୍ଧି । ନେତାଙ୍କୁ ଦଳରେ ରଖିବାକୁ ଚେଷ୍ଟା କଲେ ବି କାମ ଦେଉନି କିଛି ମ୍ୟାଜିକ । ପୂରାପୂରି ଫେଲ୍ ମାରୁଛି ସବୁ ଚେଷ୍ଟା । ଷ୍ଟାଣ୍ଡିଂ ଏମଏଲଏ ଓ ଏମପି ଥିବା ପରେ ବି ବିଜେଡିକୁ ବାଏ ବାଏ କଲେ ବଡ ଷ୍ଟାର । କିଏ ତାମିଲ ଶାସନରେ ଅଣନିଶ୍ୱାସୀ ହୋଇ ତ ଆଉ କିଏ କୋଣଠେସା ଅଭିଯୋଗରେ ଛାଡୁଛନ୍ତି ଦଳ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିଲୁ । ହେଲେ ଦଳରେ ଆଉ ଆଗ ଭଳି କାମ ହେଉନି । ସ୍ଥିତି ବଦଳିଯାଇଛି । ଦଳର ସାଚ୍ୟୁରେସନ ଆସିଗଲାଣି । ଫଙ୍କସନିଂ ଆଉ ଠିକ୍ ନାହିଁ । ଯାହାଙ୍କୁ ଦେଖି ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିଲି । ଏବେ ଆଉ ସେ କାଳ ପାଖାଳ ନାହିଁ । ଏବେ କାମ କରିବାର ଶୈଳୀ ବଦଳିଗଲାଣି । ସେଠି ଆଉ ଖାପ ଖୁଆଇ କାମ କରିହେଉନି । କିଛି ଏମିତି କହି ବିଜେଡିକୁ ବାଏ ବାଏ କରିଛନ୍ତି ଏହି ସିନେ ଷ୍ଟାର୍ ।
ବିଜେପିରେ ସାମିଲ ହେବା ପରେ ବିଜେଡିର ଗୋହି ଖୋଳିଥିଲେ ଅରିନ୍ଦମ୍ । ଦଳର ମୁଖିଆଙ୍କୁ ଭେଟିବାକୁ ସୁଯୋଗ ମିଳୁନି । ଯଦି ମୁଖିଆଙ୍କୁ ଭେଟିପାରିବିନି ତେବେ ସେଠି ଆଉ ରହି ଲାଭ ନାହିଁ ବୋଲି କହିଛନ୍ତି ଅରିନ୍ଦମ୍ । ଦଳରେ ଭିଡ ପ୍ରବଳ । ବିଜୁ ଜନତା ଦଳରେ ଏବେ ମାଇଗ୍ରେଟେଡ୍ ଲୋକ ଅଧିକ ହୋଇଗଲେଣି ବୋଲି କହିବାକୁ ପଛାଇ ନାହାନ୍ତି ।
ଅରିନ୍ଦମ, ସିଦ୍ଧାନ୍ତ,ଆକାଶ ଓ ଅନୁଭବ । ବିଜେଡିରୁ ମୁହଁ ଫେରାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୂୀର ଏହି ୪ ବଡ଼ ଷ୍ଟାର । ନିର୍ବାଚନ ମଇଦାନରେ ଷ୍ଟାର କ୍ୟାମ୍ପନର ସାଜି ଲୋକଙ୍କ ଭିଡ଼ ଜମାଉଥିବା ଅରିନ୍ଦମ, ସିଦ୍ଧାନ୍ତ,ଆକାଶ,ଅନୁଭବ ଦଳ ଛାଡିବା ପରେ ବିଜେଡିକୁ ଲାଗିଛି ଶକ୍ତ ଝଟକା ।
📱 Get Argus News App
✨ଦଳର ସାଧାରଣ ସମ୍ପାଦକ ଥିବା ଅରିନ୍ଦମ ରାୟ ଓ ଦୁଇ ଦୁଇ ଥର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି କ୍ୟାମ୍ପ ଛାଡି ବିଜେପିରେ ସାମିଲ ହୋଇଥିବାବେଳେ ଖୁବଶୀଘ୍ର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ଏବଂ ବର୍ତ୍ତମାନର ସାଂସଦ ଅନୁଭବ ମହାନ୍ତି ବି ସାମିଲ ହେବାକୁ ଯାଉଥିବା କୁହାଯାଉଛି ।
କେବଳ ଏଇ ମାନେ ନୁହଁନ୍ତି ବରଂ ଦଳର ଅନେକ ଆଗ ଧାଡ଼ିର ନେତା ବି ବିଜେଡି ସହ ବର୍ଷ ବର୍ଷର ସମ୍ପର୍କ ତୁଟାଇଛନ୍ତି । ତାମିଲ ଶାସନରେ ପୁରୁଖାଠୁ ଆରମ୍ଭ କରି ଯୁବନେତା ସମସ୍ତେ ଅଣନିଶ୍ୱାସୀ । ଶେଷରେ ତାମିଲ ଶାସନରୁ ମୁକ୍ତି କରିବା ପାଇଁ ଦଳ ଛାଡିବାକୁ ଉଚିତ୍ ମଣେ କରୁଛନ୍ତି ନେତାଏ ।
ଆହୁରି ପଢନ୍ତୁ ଓଡିଶା ଖବର...