Videos
|
Odisha

Big Relief for Dairy Farmers / ଖୁସି ଖବର; ସେପ୍ଟେମ୍ବର ୧୧ରୁ ଲିଟର ପିଛା ଚାଷୀଙ୍କୁ ଅଧିକ ୨ ଟଙ୍କା ଦେବ OMFED

Sushanta Sahoo
Browse all articles by Sushanta Sahoo
·26 mins ago·2 min read
ଖୁସି ଖବର; ସେପ୍ଟେମ୍ବର ୧୧ରୁ ଲିଟର ପିଛା ଚାଷୀଙ୍କୁ ଅଧିକ ୨ ଟଙ୍କା ଦେବ OMFED
OMFED to Pay ₹2 More Per Litre

Key Points

ସେପ୍ଟେମ୍ବର ୧୧ରୁ ଦୁଗ୍ଧ ଚାଷୀ ଲିଟର ପିଛା ପାଇବେ ଅଧିକ ୨ ଟଙ୍କା । ଓମଫେଡ୍‌ରେ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ୩ ଲକ୍ଷରୁ ଊର୍ଦ୍ଧ୍ଵ ଦୁଗ୍ଧ ଚାଷୀ ଉପକୃତ ହେବେ ।
ଭୁବନେଶ୍ଵର: ବଡ଼ ନିଷ୍ପତ୍ତି ନେଲା ଓମଫେଡ୍ (OMFED) । ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥରେ ଓମଫେଡ୍‌ ନେଇଛି ବଡ଼ ନିଷ୍ପତ୍ତି । ସେପ୍ଟେମ୍ବର ୧୧ରୁ ଦୁଗ୍ଧ ଚାଷୀ ଲିଟର ପିଛା ପାଇବେ ଅଧିକ ୨ ଟଙ୍କା । ଓମଫେଡ୍‌ରେ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ୩ ଲକ୍ଷରୁ ଊର୍ଦ୍ଧ୍ଵ ଦୁଗ୍ଧ ଚାଷୀ ଉପକୃତ ହେବେ ।

ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ । ରାଜ୍ୟର ଦୁଗ୍ଧ ଚାଷୀଙ୍କ ଜୀବିକା, ଆୟ ଓ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଓମଫେଡ୍‌ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୋ-ଖାଦ୍ୟ, ଚିକିତ୍ସା, ରକ୍ଷଣାବେକ୍ଷଣ, ଘାସ, ଚାରା ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଦୁଗ୍ଧ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଏଥିସହ ପଢ଼ନ୍ତୁ: ଭଙ୍ଗାଯିବ ବିପଦପୂର୍ଣ୍ଣ କୋଠା; ଦୁର୍ବଳ କୋଠା ମାଲିକଙ୍କୁ ଜାରି ହେବ ନୋଟିସ୍ 

ଚାଷୀଙ୍କ ଖର୍ଚ୍ଚ ବଢ଼ୁଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାଷୀଙ୍କ ଦାବି ଓ ବର୍ତ୍ତମାନର ବଜାର ପରିସ୍ଥିତିକୁ ବିଚାର କରି ଓମଫେଡ୍‌ ଏହି କ୍ରୟ ମୂଲ୍ୟ ବୃଦ୍ଧି କରିଛି । ଏହା ଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପ୍ରତି ସେମାନେ ଆହୁରି ଉତ୍ସାହିତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଦୈନିକ ୭ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ

ଏବେ ଓମଫେଡ୍ ୪, ୬୧୬ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ କ୍ଷୀର ସଂଗ୍ରହ କରୁଛି । ଦୈନିକ ଦୁଗ୍ଧ ଚାଷୀଙ୍କ ଠାରୁ ଓମଫେଡ୍ ୭ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି । ଆସନ୍ତା ୧୧ ତାରିଖରୁ ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ କ୍ଷୀର ଲିଟର ପିଛା ଅଧିକ ୨ ଟଙ୍କା ପ୍ରଦାନ କରିବ । ଏଥିରେ ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ ।

ବଢ଼ିବ କି କ୍ଷୀର ଦାମ୍ ?

ଚାଷୀଙ୍କ ଠାରୁ ସଂଗ୍ରହ ହେଉଥିବା କ୍ଷୀର ଲିଟର ପିଛା ଓମଫେଡ୍ ୨ ଟଙ୍କା ବଢ଼ାଇଛି । ତେବେ ଏହାର ପ୍ରଭାବ କୌଣସି ପ୍ରକାରେ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ । ବଜାରରେ ମିଳୁଥିବା ଓମଫେଡ୍‌ କ୍ଷୀର କିମ୍ବା ଦୁଗ୍ଧ ଜାତୀୟ ସାମଗ୍ରୀର ଦର ବଢ଼ିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଏଥିସହ ପଢ଼ନ୍ତୁ: ୧ ଅକ୍ଟୋବରରୁ ବଦଳିବ ATM ନିୟମ, ଫ୍ରି ଟ୍ରାଞ୍ଜାକ୍ସନ୍ ପରେ ଲାଗିବ ଅଧିକ ଚାର୍ଜ 

୧୯୮୦ ମସିହାରେ ସମବାୟ ସମିତି ଆଇନ୍ ଅଧିନରେ ଓମଫେଡ୍‌ର ପ୍ରତିଷ୍ଠା ହୋଇଥିଲା । ଏବେ ଓମଫେଡ୍ ପାଖରେ ୧୨ଟି ଅତ୍ୟାଧୁନିକ ପ୍ଲାଣ୍ଟ ରହିଛି । ଯେଉଁଠି ସଂଗୃହୀତ କ୍ଷୀରରରୁ ପନୀର, ଘିଅ, ଦହି, ଲସି ସହ ଅନ୍ୟ ଦୁଗ୍ଧ ଜାତୀୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ।