OMFED Milk Price Hike / ବଢ଼ିଲା ଓମଫେଡ୍ କ୍ଷୀର ଦର, ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି...ଆଜିଠୁ ନୂଆ ଦର ଲାଗୁ
·55 mins ago·1 min read

Key Points
ମହଙ୍ଗା ହେଲା ଓମଫେଡ୍ କ୍ଷୀର
ସବୁ ଭେରାଇଟି କ୍ଷୀରରେ ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି
ଆଜିଠୁ ନୂଆ ଦର ଲାଗୁ କଲା ମିଲ୍କ ଫେଡେରେସନ

ପାର୍ବଣ ପୂର୍ବରୁ ଗ୍ରାହକଙ୍କୁ ଲାଗିଛି ଆଉ ଏକ ଝଟକା । ପୁଣିଥରେ ବଢ଼ିଛି ଓମଫେଡ୍ କ୍ଷୀର ଦର । ଆଜିଠାରୁ ନୂଆ ଦର ଲାଗୁ ହୋଇଥିବା ବେଳେ ବିଭିନ୍ନ ପ୍ରକାର କ୍ଷୀରର ଲିଟର ପିଛା ମୂଲ୍ୟରେ ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ନୂଆ ଦର ଅନୁଯାୟୀ, ଓମଫେଡ୍ ପ୍ରିମିୟମ୍ କ୍ଷୀରର ଲିଟର ପିଛା ମୂଲ୍ୟ ୫୬ ଟଙ୍କା ୬୦ ପଇସାରୁ ବଢ଼ି ୬୦ ଟଙ୍କାରେ ପହଞ୍ଚିଛି । ସେହିପରି ୫୦୦ ମିଲିଲିଟର ପ୍ୟାକେଟ୍ ପାଇଁ ଗ୍ରାହକଙ୍କୁ ୨୯ ଟଙ୍କା ଦେବାକୁ ପଡ଼ିବ ।
ଅନ୍ୟପକ୍ଷରେ, ଓମଫେଡ୍ ଗୋଲ୍ଡ କ୍ଷୀରର ଲିଟର ପିଛା ଦର ୬୨ ଟଙ୍କା ହୋଇଥିବା ବେଳେ ଗୋଲ୍ଡ ପ୍ଲସ୍ କ୍ଷୀରର ମୂଲ୍ୟ ୬୬ ଟଙ୍କାରେ ପହଞ୍ଚିଛି । ଟୋନ୍ଡ କ୍ଷୀରର ଲିଟର ପିଛା ଦର ମଧ୍ୟ ବଢ଼ି ୫୮ ଟଙ୍କା ହୋଇଛି ।
ସୂଚନା ଅନୁସାରେ, ଗତ ମେ’ ମାସରେ ମଧ୍ୟ ଓମଫେଡ୍ କ୍ଷୀର ଦର ବଢ଼ାଇଥିଲା । ସେତେବେଳେ ଲିଟର ପିଛା ୩ରୁ ୪ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଥିଲା । ଏହାର ଛଅ ମାସ ନ ପୂରୁଣୁ ପୁଣିଥରେ କ୍ଷୀର ଦର ବୃଦ୍ଧି କରିଛି ରାଜ୍ୟର ମିଲ୍କ ଫେଡେରେସନ୍ । କ୍ଷୀର ଦର ବଢ଼ିବା ପରେ ଏହାର ପ୍ରଭାବ ଚା’ ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି । ବିଶେଷକରି ଚା’ କପ୍ର ମୂଲ୍ୟ ବଢ଼ିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପାର୍ବଣ ସମୟରେ ଏହି ଦରବୃଦ୍ଧି ସାଧାରଣ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories