Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ର ନେତୃତ୍ୱଙ୍କ ଫୋକସ୍ ରେ ଏବେ ଓଡିଶା

Smruti Parija
Browse all articles by Smruti Parija
·2 years ago·2 min read
କେନ୍ଦ୍ର ନେତୃତ୍ୱଙ୍କ ଫୋକସ୍ ରେ ଏବେ ଓଡିଶା

ବାଲେଶ୍ୱର: ସାଧାରଣ ନିର୍ବାଚନକୁ ନେଇ ସରଗରମ ରାଜନୀତି । ନିର୍ବାଚନ ଯେତିକି ପାଖେଇ ଆସୁଛି ବଡ ବଡ ହେଭିୱେଟ୍ ନେତାଙ୍କ ସୁଅ ଛୁଟିଛି । କେନ୍ଦ୍ର ନେତୃତ୍ୱଙ୍କ ଫୋକସ୍ ରେ ଏବେ ଓଡିଶା । ରାଜ୍ୟରୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଜେପିର ତୁଙ୍ଗ ନେତା ଘନଘନ ଓଡିଶା ଗସ୍ତ କରି ୨୫ ବର୍ଷ ଶାସନାଧିନ ସରକାରଙ୍କ ଅପାରଗତାକୁ ନେଇ କରୁଛନ୍ତି ଟାର୍ଗେଟ । ସେହିପରି ଆଜି ବାଲେଶ୍ୱର ଗସ୍ତରେ ଆସି ବିଜେଡି ସରକାର ଉପରେ ବର୍ଷିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । କ୍ଷେପଣାସ୍ତ୍ର ମାଟିରେ ପହଞ୍ଚି ଓଡିଆଙ୍କ ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କ ନାମ ଧରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ ଠାରୁ ଆରମ୍ଭ କରି ବହୁ ଶିଳ୍ପ ପ୍ରତିଷ୍ଠାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି । 

ବିଜେଡିର ୨୫ ବର୍ଷ ଶାସନ କାଳରେ ଓଡିଶା ବହୁ ପଛକୁ ଚାଲି ଯାଇଛି । ଯାହାର ଉଦାହରଣ ବର୍ତ୍ତମାନ ଓଡିଶାର ବହୁ କୁଶଳୀ ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ୧୦ ବର୍ଷ ଶାସନ କାଳରେ ଅନେକ ଯୋଜନା କରିଥିବାବେଳେ ରାଜ୍ୟ ସରକାର ସେଥିରେ ସହଯୋଗ କରିନାହାନ୍ତି । ଯାହାର ଯିବାର ୨୪ ମହାସଂଗ୍ରାମରେ ପରିବର୍ତ୍ତନ ହେବାକୁ ଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ବିକଶିତ ଦେଶ ଭାବେ ପରିଣତ ହୋଇଛି । ଯୁବବର୍ଗଙ୍କ ପାଇଁ ମେକଇନ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଯୋଜନା ଦ୍ଵାରା ଅନେକ ଉଦ୍ୟୋଗପତି ବାହାରୁଥିବାବେଳେ ଭାରତ ଏବେ ଅନେକ ଦେଶକୁ ବହୁ ସାମଗ୍ରୀ ରପ୍ତାନି କରୁଛି । ଏହାସହ ଭାରତ ଏବେ ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଣତି ହୋଇଛି ।

ଓମ ବିର୍ଲାଙ୍କ ଗସ୍ତକୁ ନେଇ ବିଜେପି ଶିବିର ସମେତ ବୁଦ୍ଧିଜୀବି, ଉଦ୍ୟୋଗପତି, ମାରୱାଡି ଓ ଗୁଜୁରାଟି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଦେଖୁବାକୁ ମିଳିଥିଲା ବେଶ ଉତ୍ସାହ । ବିକଶିତ ଭାରତ, ବିକଶିତ ଓଡିଶା ଗଠନ ଆଲୋଚନାରେ ବୁଦ୍ଧିଜୀବି, ଉଦ୍ୟୋଗପତି, ମାରୱାଡି ଓ ଗୁଜୁରାଟି ସମ୍ପ୍ରଦାୟ ସମେତ ଓଡିଆଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ କହିଛନ୍ତି ବାଚସ୍ପତି ଓମବିର୍ଲାଙ୍କ ଗସ୍ତ ଜନତାଙ୍କ ଉପରେ ବେଶ ପ୍ରଭାବ ପକାଇବ । ରାଜ୍ୟରେ ବର୍ତ୍ତମାନ ପରିବର୍ତ୍ତନର ସ୍ୱର ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ୪୦୦ ପାର ନାରା ସଫଳ ହେବ । ନିର୍ବାଚନ ଫଳାଫଳରେ ଡବଲ ଇଞ୍ଜିନ ସରକାର ହୋଇଥିବ। ସେହିପରି ବାଲଶ୍ୱରର ଶିଳ୍ପପତି କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ଯୋଜନା ଆଉ ଗ୍ୟାରେଣ୍ଟି ହେଉଛି ଦେଶର ବିକାଶ । ବିକଶିତ ଭାରତରେ ବିକଶିତ ହେବ ଓଡ଼ିଶା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
omm-birla-targets-odisha-govt | Argus News