|
logo
Live

Argus News - ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ସୁନା ଗହଣା

Odisha

ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ସୁନା ଗହଣା

Smruti Parija
Browse all articles by Smruti Parija
·2 years ago·1 min read
ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ସୁନା ଗହଣା

କଟକ: କିଶନନଗର ଥାନା ଅଞ୍ଚଳରୁ ଘନଘନ ଚୋରି । ଗତ କିଛି ଦିନତଳେ ଥାନା ସମ୍ନା ବଜାରରୁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଦୋକାନରୁ ଚୋରି କରିଥିଲାବେଳେ ୪ ଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ହେଲେ କିଶନନଗର ଥାନା ଅଞ୍ଚଳର ମାହାଙ୍ଗା ରଘୁନାଥପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତ୍ରିରେ ନଗଦ ୬ ଲକ୍ଷ ଟଙ୍କା ସହ ସୁନା ଗହଣା ଚୋରୀ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଗୃହକର୍ତ୍ତା ହରିଗୋଛୟାତ କିଶନନଗର ଥାନାରେ ଅଭିଯୋଗ  କରିଛନ୍ତି। 

ସୂଚନା ମୁତାବକ ଘରେ କେହି ନଥିବାବେଳେ ହରି ଗୋଛାୟତ ଏକୁଟିଆ ଘରେ ଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ପଦାକୁ ଉଠିଟିବାବେଳେ ଚୋରମାନେ ହରି ଗୋଛୟତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ୬ଲକ୍ଷଟଙ୍କା ଓ ସୁନା ଗହଣା ଚୋରି କରିନେଇଥିଲେ । ଏନେଇ ହରି ଗୋଚ୍ଛାୟତ କିଶନନଗର ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ । ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହାର ବିଧିବଦ୍ଧ ତଦନ୍ତ ସହ ଲୋକଙ୍କୁ ସୁରକ୍ଷା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ଆହୁରି ପଢନ୍ତୁ ଅପରାଧ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ସୁନା ଗହଣା | Argus News