Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନୋଜଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ, ପ୍ରତିଶ୍ରୁତି ପୂରଣ କଲେନି ସରକାର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମନୋଜଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ, ପ୍ରତିଶ୍ରୁତି ପୂରଣ କଲେନି ସରକାର

କଟକ : ଠିକ୍ ଆଜିର ଦିନରେ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମା ବିସ୍ପୋରଣରେ ସହିଦ ହୋଇଥିଲେ କଟକ ଜିଲ୍ଲା ନିଆଳି ବ୍ଲକ ରତନପୁର ଗାଁ ର ମନୋଜ ବେହେରା । ଆଜି ତାଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକ। ମୋଟ ୪୦ ଜଣ ସହିଦ ହୋଇଥିବା ବେଳେ ଓଡ଼ିଶାର ମନୋଜଙ୍କ ସହ ଜଗତସିଂପୁର ଜିଲ୍ଲା ନାଉଗାଁ ର ପ୍ରସନ୍ନ ସାହୁ ମଧ୍ୟ ସହିଦ ହୋଇଥିଲେ । ଏକ ମାତ୍ର ରୋଜଗାରିଆ ପୁଅ କୁ ହରାଇ ମନୋଜ ଙ୍କ ବାପା ମା ଦୁଃଖରେ ରହି ନିଜ କୌଳିକ ବୃତ୍ତି କରି ବିଞ୍ଚଣା, ପଟି, ଝାଡୁ ତିଆରି କରି ବିକ୍ରୀ କରି ପେଟ ପୋଷୁଛନ୍ତି ।ମନୋଜ ସହିଦ ହେବା ପରେ ସରକାର ଙ୍କ ଆର୍ଥିକ ସହଯୋଗ ମିଳିଥିବା ରାଶି କୁ ନେଇ ସ୍ତ୍ରୀ ଝିଅ ସହ ବାହାରେ ରହୁଚି, ଗାଁ କୁ ଆସୁନଥିବା ରୁ ବୋହୂ, ନାତୁଣୀ ର ଭଲ ପାଇବା, ଆଦର ରୁ ବହୁ ଦୂରରେ ମନୋଜ ଙ୍କ ବାପା ମା ।

ତେବେ ସହିଦ୍ଙ୍କ ପରିବାରର ସମ୍ମାନ ପାଇଁ ସରକାର ଦେଇଥିବା ପ୍ରତିଶୃତି ମଧ୍ୟ ପାଳନ କରିନାହାନ୍ତି ବୋଲି କହିଛନ୍ତି ସହିଦ ଙ୍କ ବାପା ଜିତେନ୍ଦ୍ର ବେହେରା । ରତନପୁର ବିଦ୍ୟାଳୟ ର ନାମ ସହିଦ ଙ୍କ ନାମରେ ନାମିତ ପାଇଁ ସରକାର  ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ କଲେ ନାହିଁ। ଶ୍ମଶାନ ପ୍ରତିମୂର୍ତ୍ତି ଉପରେ ଛାତ ପଡ଼ିପରିନାହିଁ,ଘର ଆଗରେ କେନାଲ ଉପରେ ପୋଲ ରାସ୍ତାକୁ ମରାମତି କରିବା ସହ ଚଳିବା ପାଇଁ ବ୍ୟବସ୍ଥା କରିବାକୁ ସରକାର ଙ୍କୁ ନିବେଦନ କରିଛନ୍ତି ସହିଦ ଙ୍କ ବାପା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On Manoj's fifth death anniversary, the government has not fulfilled its promises | Argus News