Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନବରାତ୍ରୀରେ ମା'ଙ୍କ ଆଖି ତାଡ଼ି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

Odisha

ନବରାତ୍ରୀରେ ମା'ଙ୍କ ଆଖି ତାଡ଼ି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନବରାତ୍ରୀରେ ମା'ଙ୍କ ଆଖି ତାଡ଼ି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ : ପାର୍ବଣ ବେଳେ ମାତିଲେ ଚୋର । ନବରାତ୍ରିରେ ମା'ଙ୍କ ଆଖି ତାଡ଼ି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କଲା ଚୋର । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଗୋଟିଏ ରାତିରେ ୨ ମନ୍ଦିରରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି | ବଡ଼କଥା ମାଙ୍କ ଆଖି ତାଡ଼ି ନେଇଥିବା ଜଣାପଡିଛି । ବନମାଳୀପୁର ମା ଦୁଲ୍ଲାଦେବୀଙ୍କ ମନ୍ଦିରରୁ ଚୋରି ବେଳେ ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି ।

ଅଧିକ ପଢନ୍ତୁ : ମହିଳାଙ୍କ ବେକ କାଟି ସୁନା ଲୁଟି ନେଲେ ଦୁର୍ବୃତ୍ତ

ପୋଲିସ ଚଢ଼ାଉ କରି ଅନ୍ୟଜଣେ ଚୋରକୁ ଧରି ଥାନାରେ ଅଟକ ରଖିଛି । ନବରାତ୍ର ପୂଜା ଚାଲିଥିବା ବେଳେ ମା ଦୁଲ୍ଲାଦେବୀ ଏବଂ ମା ପାର୍ବତୀଙ୍କ ଆଖି ତାଡ଼ିଵା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି । ମା ଦୁଲ୍ଲାଦେବୀଙ୍କ ସୁନା ଓ ରୁପା ହାର, କିରିଟି, ସୁନା ଆଖି ତାଡ଼ି ନେଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On Navratri, a miscreant robbed mother's eye and jewels | Argus News