Videos
|
Odisha

ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା। କାହିଁକି ନା ଏଠି ପାଣି ପାଇଁ ହାହାକାର। ପାଣି ପାଇଁ ମେଳା। ପାଣି ପାଇଁ ଏଠି ସଂଗ୍ରାମ କରନ୍ତି ମହିଳା। ପଥର ଚୂଆ ମଧ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ପାଣି ସଂଗ୍ରାହ କରନ୍ତି। ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର କରକଚିଆ ଗାଁ ର। ୭ ଟି ସାହି ଥିବା ଏହି ଗାଁରେ ୪ ଶହରୁ ଉର୍ଦ୍ଧ ପରିବାର ବସବାସ କରନ୍ତି। କିନ୍ତୁ ପାନୀୟ ଜଳ ଯୋଗାଣ ପାଇଁ ଏଠାରେ କିଛି ବ୍ୟବସ୍ଥା ନାହିଁ। ୬ ଟି ନଳକୂପ ଅଛି, ମାତ୍ର ସେଥିରୁ କିଛି ଅଚଳ ହୋଇ ପଡିଥିବା ବେଳେ ଆଉ କିଛିରୁ ବାହାରୁ ଥିବା ପାଣି ବ୍ୟବହାର ଉପଯୋଗି ନୁହଁ। ଫଳରେ ନିରାଶ ଅଞ୍ଚଳବାସୀ ଚୂଆ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

ପ୍ରଶାସନ ପକ୍ଷରୁ କିଛି ମାସ ପୂର୍ବରୁ 3 ଟି ସୌରଚାଳିତ ପମ୍ପ ସହ ଟାଙ୍କି ବସାଯାଇଛି ମାତ୍ର ତାହା ଏଯାଏଁ କାର୍ଯ୍ୟକ୍ଷମ ହୋଇନି। ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଉ ଥିଲେ ହେଁ ତାହା ମଧ୍ୟ ସମୁଦ୍ରକୁ ସଂଙ୍ଖେ । ଲୋକେ ବାଧ୍ୟ ହୋଇ କୂଅର ଝର ଆସୁଥିବା ପାଣି ବ୍ୟବହାର କରୁଛନ୍ତି। ଖାଲି ପାଣି କାହିଁକି ଗାଁରେ ରାସ୍ତା ସମସ୍ୟା ମଧ୍ୟ ସୋଚନିୟ। ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ପକ୍କା ରାସ୍ତା ଟିଏ ମଧ୍ୟ ହୋଇ ପାରିଲାନି। ସେପଟେ ଶିକ୍ଷା ଭିତ୍ତିଭୂମି ମଧ୍ୟ ଗାଁରେ ଦୁର୍ବଳ। ଫଳରେ ବହୁ ଶିଶୁ ପାଠ ପଢାରୁ ବିଚ୍ୟୁତ ହେଉଛନ୍ତି। ତେବେ ଗାଁର ଏତେ ସମସ୍ୟା ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ଏହା ଉପରେ ପଡିନି। ଯାହା ୨୫ ବର୍ଷର ସ୍ଥାୟୀ ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
On one side is life and on the other is struggle | Argus News