ଶପଥ ସମାରୋହ; ଜୟଦେବ ବିହାରରୁ ନାଲକୋ ଛକ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର: ଆସନ୍ତାକାଲି ଜନତା ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ସହ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳଙ୍କ ଶପଥ ସମାରୋହ ହେବ । ଏଥିପାଇଁ ଜୟଦେବ ବିହାର ଛକଠାରୁ ନାଲକୋ ଛକ ଏବଂ ନାଲକୋ ଛକ ଠାରୁ ଜୟଦେବ ବିହାର ଛକ ଦେଇ କୌଣସି ଯାନବାହାନ ଯାତାୟତ କରିପାରିବ ନାହିଁ । ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତାରୁ ମଧ୍ୟ କୌଣସି ଗାଡି ଆସି ପାରିବ ନାହିଁ । ଦିନ ୨ଟାରୁ ରାତି ୭ଟା କିମ୍ବା ଶପଥ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ।
ଆସନ୍ତାକାଲି ଓଡ଼ିଶାରେ ନୂଆ ବିଜେପି ସରକାର। ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ବର ଜନତା ମୈଦାନରେ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଶପଥ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୁରକ୍ଷା ଦାୟିତ୍ୱରେ ରହିବେ ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍ଆଇ/ଏଏସ୍ଆଇ । ଆସନ୍ତାକାଲି ଦିନ ୨ ଟାରୁ ୭ ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ରହିବ । ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ମନା । ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି ।
📱 Get Argus News App
✨ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ବୁଝିବେ । ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ ।
ଆହୁରି ପଢନ୍ତୁ ଓଡିଶା ଖବର...