Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·2 years ago
ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ

ଅର୍ଗସ ବ୍ୟୁରୋ:  ଆଜି ଚତୁର୍ଥ ଦିନରେ ରାଜ୍ୟବ୍ୟାପୀ ବିଜେପିର ଜନଆକ୍ରୋଶ ଆନ୍ଦୋଳନ । ଦୁର୍ନୀତି ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ଆଜିବି ଗର୍ଜିବ ବିଜେପି । ବ୍ଲକ୍ କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀଙ୍କ ସହ ହଲ୍ଲାବୋଲ କରି ରାଜ୍ୟ ସରକାରଙ୍କ ଆପାରଗତାର ପୋଲ୍ ଖୋଲୁଛି ବିଜେପି। ରାଜ୍ୟରେ ବେକାରୀ, ଦୁର୍ନୀତି, ପିସି କାରବାର ଓ ଆଇନଶୃଙ୍ଖଳା ବିରୋଧରେ ସାରା ରାଜ୍ୟରେ ଗର୍ଜୁଛନ୍ତି ବିଜେପି ନେତା ଓ କର୍ମୀ ।

ଗତକାଲି ସୁନ୍ଦରଗଡ଼ରୁ ନାଉଗାଁ, କୋରାପୁଟ, କୁଚିଣ୍ଡା, ଦେବଗଡ଼, ଧାମନଗର, ଝାରସୁଗୁଡ଼ା , ଗଜପତି ସବୁଠି ବ୍ଲକ୍ କାର୍ଯ୍ୟାଳୟ ଆଗରେ  ଓ ପୌରପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି ବିଜେପି ନେତା। ଆସନ୍ତାକାଲି ଯାଏ ରାଜ୍ୟର ସବୁ ବ୍ଲକ୍ ଓ ପୌର କାର୍ଯ୍ୟାଳୟ ଘେରିବା ସହ ଜନଆକ୍ରୋଶ ଆନ୍ଦୋଳନରେ ରାଜ୍ୟ ସରକାରଙ୍କ ପୋଲ୍ ଖୋଲିବ ବିଜେପି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On the fourth day, BJP's jan aakrosh yatra the state | Argus News