|
logo
Live

Argus News - ମକର ସଂକ୍ରାନ୍ତି ଅବସରରେ ବରୁଣେଶ୍ୱରପୀଠ ହୋଇଉଠିଛି ଚଳଚଞ୍ଚଳ

Odisha

ମକର ସଂକ୍ରାନ୍ତି ଅବସରରେ ବରୁଣେଶ୍ୱରପୀଠ ହୋଇଉଠିଛି ଚଳଚଞ୍ଚଳ

Ritu Das
Browse all articles by Ritu Das
·2 years ago·2 min read
ମକର ସଂକ୍ରାନ୍ତି ଅବସରରେ ବରୁଣେଶ୍ୱରପୀଠ ହୋଇଉଠିଛି ଚଳଚଞ୍ଚଳ

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ବରୁଣେଶ୍ୱରପୀଠ । ଆଜି ହେଉଛି ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ। ଏହି ଦିନ ପ୍ରଭୁଙ୍କୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ । ବଢ଼ି ଭୋରୁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। 

ସେପଟେ ମକରସଂକ୍ରାନ୍ତି ଅବସରରେ ବିଂଝାରପୁର ଅରେଇ ଗ୍ରାମ ଚଳଚଞ୍ଚଳ ହୋଇଉଠିଛି। ବିଶ୍ୱାସ ରହିଛି ଆଜିର ଦିନରେ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। ସେଥିପାଇଁ ପୂଜକ ମାନେ ଲାଗିପଡିଥିଲେ ବାବାଙ୍କ ସେବାରେ। ବଢ଼ି ଭୋରରୁ ବାବାଙ୍କୁ ସୁସଜ୍ଜିତ ବେଶ କରିଥିଲେ ସେବାୟତ । ଏହାପରେ ଅର୍ପଣ କରାଯାଇଥିଲା ବଡ଼ଭୋଗ । ବାବା ବରୁଣେଶ୍ୱରଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ। ଏହି କ୍ଷେତ୍ରଟି ପ୍ରଭୁ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ। ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି । 

ସେପଟେ କରୋନା କଟକଣା ପାଇଁ ଦୀର୍ଘ ଦୁଇବର୍ଷ ପରେ ଆଜିଠାରୁ ଆଗାମୀ ୯ ଦିନ ଧରି ଚାଲିବ ବରୁଣ୍ୱେର ମହୋତ୍ସବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆୟୋଜିତ ହେବ ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ କଳାକାରଙ୍କ ଦ୍ୱାରା ପରିବେଷିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିସହିତ ପଲ୍ଲିଶ୍ରୀ ମେଳା, ୫ରୁ ଉର୍ଦ୍ଧ୍ବ ଅପେରା, ମିନାବଜାରର ମଜା ଉଠାଇବେ ଦର୍ଶକ । ସ୍ଥାନୀୟ ଅଞ୍ଚଳର ଗଣପର୍ବ ଭାବେ ପାଳିତ ହେଉଥିବା ଏହି ବରୁଣେଶ୍ୱର ମହୋତ୍ସବ ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ବେଳେ ଏହି ମହୋତ୍ସବ ଆୟୋଜନର ଦାୟିତ୍ୱ ନେଇଛି ଜିଲ୍ଲା ପ୍ରଶାସନ । ସେପଟେ ଲକ୍ଷାଧିକ ଲୋକଙ୍କ ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାବାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ କାହିଁ କେଉଁଆଡୁ ଧାଇଁଆସିଛନ୍ତି କେବଳ ଟିକେ ସାନ୍ନିଧ୍ୟ ଲାଭ କରିବାକୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ମକର ସଂକ୍ରାନ୍ତି ଅବସରରେ ବରୁଣେଶ୍ୱରପୀଠ ହୋଇଉଠିଛି ଚଳଚଞ୍ଚଳ | Argus News