Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଲାଙ୍ଗିର ଗସ୍ତର ଦ୍ଵିତୀୟ ଦିନରେ ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
ବଲାଙ୍ଗିର ଗସ୍ତର ଦ୍ଵିତୀୟ ଦିନରେ ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

Key Points

  • ବଲାଙ୍ଗିର ଗସ୍ତର ଦ୍ଵିତୀୟ ଦିନରେ ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
  • ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କରିଛନ୍ତି ଅନୌପଚାରିକ ଆଲୋଚନା
  •  ଟ୍ରିବ୍ୟୁନାଲ ଆଳରେ ମହାନଦୀକୁ ଶୁଖିଲା ଛାଡି ଚୁପ୍ ବସିଥିଲା ବିଜେଡି ସରକାର
  • ଏବେ କୋର୍ଟ ବାହାରେ ଆପୋଷ ସମାଧାନ ପାଇଁ ପ୍ରୟାସ କରୁଛନ୍ତି ବିଜେପି ସରକାର
  • ପୂର୍ବ ସରକାର ଆଲୋଚନା ମାଧ୍ୟମରେ ସମାଧାନକୁ କରିଥିଲେ ପ୍ରତ୍ୟାଖ୍ୟାନ 
  • ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରୟାସ କରିବ କି ମହାନଦୀ ବିବାଦର ସମାଧାନ ?

ଅର୍ଗସ ବ୍ୟୁରୋ : ତୁଟିବ କି ମହାନଦୀ ଜଳ ବିବାଦ ? ଛତିଶଗଡ-ଓଡିଶା ମହାନଦୀ ଜଳ ବିବାଦ ସମାଧାନ ଲାଗି ଫିଟିବ କି ବାଟ ? ଯାହା ଦୀର୍ଘ ବର୍ଷ ଧରି କରିପାରିଲେନି ନବୀନ...ତାହା କରି ଦେଖାଇବେ କି ମୋହନ ? ବଲାଙ୍ଗୀର ଗସ୍ତ ବେଳେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ସକାରାତ୍ମକ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନଦୀ ପ୍ରସଙ୍ଗରେ କହିଛନ୍ତି, ମୁଁ ଦୁଇ ଥର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିଛି । ଆଗାମୀ ଦିନରେ ମହାନଦୀ ଉପରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ କିପରି ତ୍ଵରାନ୍ଵିତ କରାଯିବ ତା ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସୂଚନା। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ଵାଗତ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। କେନ୍ଦ୍ର, ଛତିଶଗଡ ଏବଂ ଓଡିଶାରେ ଟ୍ରିପଲ ଇଞ୍ଜିନ ସରକାର ଅଛି । ତେଣୁ ଆପୋଷ ବୁଝାମଣା ମାଧ୍ୟମରେ ଜଳ ବିବାଦ ସମାଧାନ ହୋଇପାରିବ ବୋଲି କହିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଛି ରାଜନୀତି। ନିଜ ଦୋଷ ମାନିବା ବଦଳରେ ଗାଦି ଗଲା ପରେ ବି କେନ୍ଦ୍ର ଅବହେଳା ନାରା ଛାଡିନି ବିଜେଡି । କେନ୍ଦ୍ର ସହଯୋଗ ନମିଳିବାରୁ ଓଡିଶା ବଞ୍ଚିତ ହେଲା ଓ ଛତିଶଗଡ ଅନ୍ୟାୟ କଲା ବୋଲି କହିଛି ମୁଖ୍ୟ ବିରୋଧୀ ଦଳ । ଆଉ ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ କଣ ଆଲୋଚନା ହେଲା ତାହା ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଜଣାନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ପୂର୍ବରୁ ମହାନଦୀକୁ ମା କହି ଠକିଥିଲା ବିଜେଡି ସରକାର । ରାଜନୈତିକ ଫାଇଦା ପାଇଁ ମହାନଦୀକୁ ପ୍ରସଙ୍ଗ କରି ଛତିଶଗଡ଼ ସହିତ ଆପୋଷ ଆଲୋଚନା ପାଇଁ ରାଜି ହୋଇନଥିଲା । ୨୦୧୬ରେ ସେତେବେଳର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଡକାଇଥିଲେ । ହେଲେ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ ସଂସଦରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗ଼ଡକରୀ ଓଡ଼ିଶାକୁ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ । ହେଲେ ତାକୁ ଗ୍ରହଣ ନ କରି ଟ୍ରିବ୍ୟୁନାଲ ପାଇଁ ଜିଦି ଧରିଥିଲା ବିଜେଡି । ନବୀନ ସରକାରଙ୍କ ଜିଦ୍ ଯୋଗୁଁ ୨୦୧୮ ମାର୍ଚ୍ଚରେ ଗଠନ ହୋଇଥିଲା ମହାନଦୀ ଟ୍ରିବ୍ୟୁନାଲ୍ । ୬ ବର୍ଷ ପରେ ବି ଫଳ ଶୂନ୍ । ଟ୍ରିବ୍ୟୁନାଲ୍ ଅବଧି ୨୦୨୬କୁ ବୃଦ୍ଧି ପାଇଛି । ଏଇ ସମୟ ମଧ୍ୟରେ ବି ସମାଧାନର ଆଶା କ୍ଷୀଣ। ଖାଲି ସେତିକି ନୁହେଁ, ୨୦୧୮ରେ ମହାନଦୀରେ ୭ ବ୍ୟାରେଜ୍ ନିର୍ମାଣ ପାଇଁ ସେତେବେଳର ବିଜେଡି ସରକାର ଘୋଷଣା କରିଥିଲେ । ୬ବର୍ଷ ପରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ ହୋଇପାରିଲାନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାଛଡା ବଲାଙ୍ଗିର ଜିଲ୍ଲା ପ୍ରତି ପୂର୍ବ ସରକାରଙ୍କ ଅବହେଳାର ପୋଲ୍ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରରେ ବଲାଙ୍ଗୀର ଜିଲ୍ଲାକୁ ବହୁତ ଅବହେଳା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ତାପନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୂର୍ବ ସରକାରରେ ଜିଲ୍ଲାକୁ ବହୁତ ଅବହେଳା କରାଯାଇଛି। ଜିଲ୍ଲାର ବିକାଶ ପାଇଁ ଆମ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି । ବେଲପଡ଼ାରେ ଅପର କୋଲାବ ଜଳପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ପାଟଣାଗଡ଼ରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ତୁଷରା ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ କାଲି ଶିଳାନ୍ୟାସ କରାଯାଇଛି । ଏହା ସହ ବଲାଙ୍ଗିର- ଖୋର୍ଦ୍ଧା ରେଳପଥ ଶୀଘ୍ର ସରିବ ଓ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

Sponsored
On the second day of his visit to Balangir, Chief Minister's big announcement on the river issue | Argus News