Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦ୍ଵିତୀୟ ଦିନରେ  ୧୦୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ..

Manini Pattanayak
Browse all articles by Manini Pattanayak
·2 years ago·1 min read
ଦ୍ଵିତୀୟ ଦିନରେ  ୧୦୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ଶୁଣିଲେ  ମୁଖ୍ୟମନ୍ତ୍ରୀ ..

ଭୁବନେଶ୍ୱର:  ଆଜି ଅଭିଯୋଗ ଶୁଣାଣିର ଦ୍ଵିତୀୟ ଦିନ l ଆଜି ସମୁଦାୟ ୧୭୦୦ ଅଭିଯୋଗକରୀ ଆସିଥିଲେ ୧୦୦୦ ରୁ ଉର୍ଦ୍ଧ ଅଭିଯୋଗ କରୀ ଙ୍କ ସମସ୍ୟା ଆମେ ଉପସ୍ଥିତି ରହି ଶୁଣିଛୁ l ୬ ଜଣ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ମଧ୍ୟ ଉପସ୍ଥିତ ରହିଥିଲେ l ଯେଉଁ ସବୁ ସମସ୍ୟା ଦୀର୍ଘଦିନ ଧରି ରହିଛି ଓ ପୂର୍ବ ସରକାର ତାକୁ ନେଇ ଆଲୋଚନା କରି ନାହାନ୍ତି ସେସବୁ ଆଲୋଚନା କରଯାଇଛି l ୫ ଜଣ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ l ଯେହେତୁ ଦୀର୍ଘ ସମୟ ଧରି ୧୬ ବର୍ଷ ଧରି ପୁର୍ବ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଉନଥିଲେ ତେଣୁ ଅନେକ ଲୋକ ଦୀର୍ଘଦିନ ଧରି ଏଠାକୁ ଆସୁଥିଲେ କିନ୍ତୁ ବର୍ତ୍ତମାନ ସେସବୁର ସମାଧାନ ହେବ l ପୂର୍ବ ସରକାର ରେ କେବଳ ସଚିବ ହିଁ ଦୁଃଖ ଶୁଣୁଥିଲେ  l 

ଏହି ସରକାରରେ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି l ଯେହେତୁ ଲୋକଂକ ଶାସନ ତେଣୁ ମୋର ଦାୟିତ୍ଵ ଲୋକଂକ ସହ ସିଧାସଳଖ ଭେଟିବା l ଯେଉଁ ଲୋକମାନେ ଅବଶୋଷ ଓ ଅଭିଯୋଗ କରୁଛନ୍ତି ମତେ ଭେଟି ପାରିନାହାନ୍ତି ସେପରି କିଛି ନୁହେଁ ମତେ ଭେଟିଲା ପରେ ହିଁ ମୁଁ ସଚିବ କିମ୍ୱା ବିଭାଗୀୟ ମନ୍ତ୍ରୀ ମାନଂକ ପାଖକୁ ପଠାଉଛି l ଏହି ବ୍ୟବସ୍ଥା କୁ ବ୍ୟାପକ କରିବା ପାଇଁ ଆମେ ଯୋଜନା କରୁଛୁ l ଲୋକ ମାନେ କିପରି ଏଠାକୁ ନଆସି ଜିଲ୍ଲା ସ୍ତରରେ ସମାଧାନ ହୋଇ ପାରିବ ତାକୁ ନେଇ ନୂତନ ଯୋଜନା କରାଯାଉଛି ଅବସ୍ୟକ ପଡ଼ିଲେ ମୁଁ ମଧ୍ୟ ନିଜେ ଯାଇ ଡିଭିଜନାଲ ସ୍ତରରେ ଲୋକଂକ ଅଭିଯୋଗ ଶୁଣିବି l  
 ଅଧିକ ପଢନ୍ତୁ ଓଡ଼ିଶା ଖବର 
  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On the second day, the Chief Minister heard more than 1,000 complaints. | Argus News