Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଦ୍ବିତୀୟ ଦିନରେ ପୁଣି ହେବ ରତ୍ନଭଣ୍ଡାର ବୈଷୟିକ ସର୍ଭେ

Odisha

ଆଜି ଦ୍ବିତୀୟ ଦିନରେ ପୁଣି ହେବ ରତ୍ନଭଣ୍ଡାର ବୈଷୟିକ ସର୍ଭେ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜି ଦ୍ବିତୀୟ ଦିନରେ ପୁଣି ହେବ ରତ୍ନଭଣ୍ଡାର ବୈଷୟିକ ସର୍ଭେ

ଅର୍ଗସ ବ୍ୟୁରୋ: ଆଜି ଦ୍ବିତୀୟ ଦିନରେ ପୁଣି ହେବ ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଭିତର ଓ ବାହାର ରତ୍ନଭଣ୍ଡାର ବିଷୟରେ ଅଧିକ ଡାଟା ଜେନେରେଟ କରିବ NGRI ଟିମ୍ । ରତ୍ନଭଣ୍ଡାର ଚଟାଣ, କାନ୍ଥ ତଳେ କଣ ସବୁ ରହିଛି ସେନେଇ ତଥ୍ୟ ଦେବ GPR ସିଷ୍ଟମ୍ ।ଅସୁରକ୍ଷିତ ରତ୍ନଭଣ୍ଡାରର ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ଯାଞ୍ଚ ଉପରେ ଗୁରୁତ୍ଵ । ଆସନ୍ତାକାଲି ତିନିଦିନିଆ ସର୍ଭେ ସରିବା ପରେ ୧୦ ଦିନ ମଧ୍ୟରେ ଆସିବ ଚୂଡାନ୍ତ ରିପୋର୍ଟ ଅର୍ଥାତ୍ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗୁପ୍ତ କୋଠରୀ ଓ ଗୁପ୍ତ ସୁଡ଼ଙ୍ଗ ରହସ୍ୟରୁ ପରଦା ହଟିବ । ଗତକାଲି ପ୍ରଥମ ଦିନ ପେନିଟ୍ରେଟିଂ ସର୍ଭେରେ ପ୍ରାୟ ୩ ଘଣ୍ଟା ୫୦ ମିନିଟ୍ ଧରି ତନ୍ନ ତନ୍ନ କରି ଭିତର ଓ ବାହାର ରତ୍ନଭଣ୍ଡାରରେ ଯାଞ୍ଚ କରିଛନ୍ତି NGRI ବୈଜ୍ଞାନିକ । ୩ ଜଣିଆ NGRI ବୈଜ୍ଞାନିକ, ୩ ଜଣିଆ ଏଏସଆଇ ବୈଷୟିକ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଭିତର ଓ ବାହାର ସ୍ଥିତି ବିଷୟରେ ରେଡିଓ ଆକ୍ଟିଭ ୱେଭ୍ ମାଧ୍ୟମରେ ଅଧିକ ତଥ୍ୟ ଯୋଗାଡ଼ କରିପାରିଛି । ଏହି ଆଧାରରେ ହେବ ରତ୍ନଭଣ୍ଡାର ମରାମତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
On the second day today, there will be a technical survey of gems | Argus News