Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତୃତୀୟ ଦିନରେ ବି ଅଚଳ ବିଧାନସଭା

Odisha

ତୃତୀୟ ଦିନରେ ବି ଅଚଳ ବିଧାନସଭା

Manini Pattanayak
Browse all articles by Manini Pattanayak
·1 year ago·2 min read
ତୃତୀୟ ଦିନରେ ବି ଅଚଳ ବିଧାନସଭା

ଭୁବନେଶ୍ୱର: ତୃତୀୟ ଦିନରେ ବି ଅଚଳ ବିଧାନସଭା। ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା-ନାରାବାଜି କରି  କକ୍ଷ ତ୍ୟାଗ କଲେ ବିରୋଧୀ ସଦସ୍ୟ । ସାଢେ 11ଟା ୩୦ ଯାଏ ଗୃହ ମୁଲତବୀ । ଆଜି ଲଗାତାର ତୃତୀୟ ଦିନରେ ବି ବିଧାନସଭାରେ ଲାଗିରହିଛି ଅଚଳାବସ୍ଥା। ବିରୋଧୀ ଦଳମାନେ ଉଦ୍ଦେଶ୍ୟ ମୂଳକ ଭାବେ ତିନି ଦିନ ହେଲା ବିଧାନସଭା ଚଳାଇ ଦେଉନାହାନ୍ତି। ଆଜି ସକାଳ ସାଢ଼େ ଦଶଟାରେ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ। ପ୍ରଥମେ କୃଷି ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ। ଏତିକି ବେଳେ ପାଟିତୁଣ୍ଡ ଓ ହଙ୍ଗାମା କରିଥିଲେ ବିରୋଧୀ ସଦସ୍ୟ।

ବିରୋଧୀ ବିଧାୟକମାନେ ନାରାବାଜି କରିଥିଲେ। ବିରୋଧୀଙ୍କ ହଙ୍ଗମା ଯୋଗୁଁ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ମାଛ ଯେପରି ବିନା ପାଣିରେ ଛଟପଟ ହୁଏ, ସେପରି କ୍ଷମତା ଯିବା ପରେ ଛଟପଟ ବିଜେଡି । ବିଧାନସଭାର ପ୍ରଥମ ଦିନ କକ୍ଷତ୍ୟାଗ ସହ ଗୃହରେ ହଙ୍ଗାମା କରିଥିଲା ବିଜେଡି । ଦ୍ବିତୀୟ ଦିନରେ ପୋଡ଼ିୟମ ଉପରେ ଚଢି ବାଚସ୍ପତିଙ୍କ ମାଇକ ଭାଙ୍ଗି ଔଧତ୍ବର ସୀମା ଟପିଥିଲେ ବିଜେଡ଼ି ବିଧାୟକ । ଯାହାକି ବିଧାନସଭାରେ ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ବାଚସ୍ପତିଙ୍କୁ ଅସମ୍ମାନ । ବିଧାନସଭା ସୁରୁଖୁରରେ ଚଳାଇବା ପାଇଁ ବଡ଼ ହୃଦୟ ଦେଖାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସହଯୋଗ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ହେଲେ ବିଜେଡି ଉଦ୍ଦେଶ୍ୟମୂଳକ ଭାବେ ବିଧାନସଭା ଚଳାଇ ଦେଉନାହିଁ କି ବିତର୍କକୁ ବି ଆସୁନାହିଁ । ରାଜ୍ୟର ସ୍ବାର୍ଥକୁ ଗୁରୁତ୍ବ ଦେଉନାହିଁ ବିଜେଡି । ତେବେ ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବାବେଳେ । ଆସନ୍ତାକାଲି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ନୂଆ ବିଜେପି ସରକାର ବଜେଟ ଉପସ୍ଥାପନ କରିବେ । ସେପଟେ ବିଧାନସଭାରେ ବିରୋଧୀଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁୂ ଓଡିଶା ଖବର 

Sponsored
On the third day, the assembly was still stop | Argus News