Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୋଲବମରୁ ଫେରିବା ବାଟରେ ଟ୍ରକ ଚାପାରେ ବାପା, ମା ମୃତ

Ritu Das
Browse all articles by Ritu Das
·1 year ago·1 min read
ବୋଲବମରୁ ଫେରିବା ବାଟରେ ଟ୍ରକ ଚାପାରେ ବାପା, ମା ମୃତ

ଅର୍ଗସ ବ୍ୟୁରୋ: ବୋଲ ବମ ଯାଇ ମନ୍ଦିରରେ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ମାଡିଗଲା ଟ୍ରକ। ଘଟଣା ସ୍ଥଳରେ ହିଁ ବାପା, ମା ମୃତ ଓ ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି। 

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରୁଛି। ସୂଚନା ଅନୁଯାୟୀ ପରଚିପାରା ଗ୍ରାମର ଅଜିତ ମଜୁମଦାର ଓ ଦୀପିକା ମଜୁମଦାର ପଢ଼ୋଶୀ ଛତିଶଗଡରେ ରହିଥିବା ସିହାବା ଶିବ ମନ୍ଦିରରେ ଯାଇ ପାଣି ଢାଳି ବାଇକ ଯୋଗେ ବାପା' ମା ଓ ପୁଅ ନିଜ ଘର ପାରଚିପାରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ବାଇକ ଉପରକୁ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ହିଁ ବାପା ମା'ଙ୍କ ମୃତ୍ୟୁ ଘଟିଥିଲା। 

କିନ୍ତୁ ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି ନାବାଳକ ପୁଅ । ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
On the way back | Argus News