Bhubaneswar Loan Dispute / ବିଶ୍ୱାସରେ ଦେଇଥିଲେ ଧାର, ଫେରିଲାନି ଟଙ୍କା...ଶେଷରେ ନିଜ ଦେହରେ ଲଗାଇଲେ ନିଆଁ
·1 hour ago·2 min read

Key Points
ଟଙ୍କା ମାଗିବାକୁ ଯାଇ ନିଜ ଦେହରେ ନିଆଁ !
ଭୁବନେଶ୍ୱରରେ ଚାଞ୍ଚଲ୍ୟ
ଧାର ଟଙ୍କାକୁ ନେଇ ଅଭାବନୀୟ ଘଟଣା
ଭୁବନେଶ୍ୱରରେ ଚାଞ୍ଚଲ୍ୟ
ଧାର ଟଙ୍କାକୁ ନେଇ ଅଭାବନୀୟ ଘଟଣା
ବିଶ୍ବାସରେ ଦେଇଥିଲେ ଟଙ୍କା ଧାର । ହେଲେ ପରେ ବାରମ୍ବାର ମାଗିଲା ପରେ ବି ମିଳିଲାନି ଟଙ୍କା, ଆଉ ଶେଷରେ ଚରମ ପଦକ୍ଷେପ ନେଲେ ଯୁବକ । ଆଶିଷଙ୍କ ଘର ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଦେଲେ ମୃତକ ଅଶ୍ୱିନୀ ତାଣ୍ଡିଆ । ୭ ଲକ୍ଷ ଟଙ୍କା ଧାର କାରଣରୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ଧାର ଟଙ୍କାକୁ ନେଇ ଯୁବକଙ୍କ ଆତ୍ମହୁତି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକ ହେଲେ ଚନ୍ଦ୍ରଶେଖରପୁର ମହାବୀର ବସ୍ତିର ଅଶ୍ୱିନୀ କୁମାର ତାଣ୍ଡିଆ । ଗତ ଦୁଇବର୍ଷ ତଳେ ଅଶ୍ୱିନୀ ବିଶ୍ୱାସରେ ଆଶିଷ ଦାସ ଏବଂ ପ୍ରଭାସ ପଣ୍ଡା ନାମକ ଦୁଇଜଣଙ୍କୁ ଟଙ୍କା ଧାର ଦେଇଥିଲେ । କିନ୍ତୁ ଟଙ୍କା ଫେରିପାଇବାକୁ ବାରମ୍ବାର କହିଥିଲେ ବି ମିଳିନଥିଲା । ଗତ ୧୮ ତାରିଖରେ ଆଶିଷ ଦାସଙ୍କ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ ଅଶ୍ୱିନୀ । କିନ୍ତୁ ଟଙ୍କା ନପାଇବାରୁ ଆଶିଷଙ୍କ ଘର ସମ୍ମୁଖରେ ଅଶ୍ୱିନୀ ନିଜ ଦେହରେ ନିଆଁ ଲଗାଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲ ପରେ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅଶ୍ୱିନୀଙ୍କ ମୃତ୍ୟୁ ହୋଇଛି ।
ଏହି ଘଟଣାର ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ପ୍ରଭାସ ପଣ୍ଡା । ଅଶ୍ୱିନୀଙ୍କଠାରୁ ପ୍ରଭାସ ଏକ ଲକ୍ଷ ଟଙ୍କା ଧାର ନେଇଥିଲେ, କିନ୍ତୁ ଆଉ ଫେରାଉ ନଥିଲେ । ଏମିତିକି ଅଭିଯୁକ୍ତ ଆଶିଷ ଦାସ ୬ ଲକ୍ଷ ଟଙ୍କା ଧାର ନେବା ସହ ମାନସିକ ନିର୍ଯାତନା ଦେଉଥିଲେ । ଶେଷରେ ମାନସିକ ଚାପରେ ଥିବା ଅଶ୍ୱିନୀ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ।
ଧାର ଟଙ୍କାକୁ ନେଇ ଆରମ୍ଭ ହୋଇଥିବା ବିବାଦ...ଶେଷରେ ନେଇଗଲା ଏକ ଜୀବନ । ଏବେ ଅଶ୍ୱିନୀଙ୍କ ମୃତ୍ୟୁ ପଛର ପୂରା କାରଣ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ନେଇ ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories