କୁନି ଛୁଆର ମହାନତା, ଅଙ୍ଗଦାନ କରି ଉଦାହରଣ ପାଲଟିଲା ପ୍ରତ୍ୟୁଷ
·2 years ago

ଭୁବନେଶ୍ୱର: କୁନି ଛୁଆର ମହାନତା । ଦୁନିଆ କଣ ଜାଣିବା ଆଗରୁ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛି ପ୍ରତ୍ୟୁଷ ପାଣିଗ୍ରାହୀ । ମାତ୍ର ବର୍ଷେ ୯ ମାସ ବୟସରେ ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ପ୍ରତ୍ୟୁଷ ଓ ତାଙ୍କ ବାପା ମାଆ ।
ପୁଅକୁ ହରାଇବା ପରେ ବି ତାର ଅଙ୍ଗଦାନ ନିଷ୍ପତ୍ତି ନେଇଛନ୍ତି ଗୌରୀ ଶଙ୍କର ପାଣିଗ୍ରାହୀ ଓ ଶର୍ମିଷ୍ଠା ପାଣିଗ୍ରାହୀ । ପ୍ରତ୍ୟୁଷ ଭୁବନେଶ୍ବର ସମ୍ ହସ୍ପିଟାଲରେ ଜନ୍ମ ନେଇଥିଲେ ।
ଜନ୍ମର ୪ ମାସ ପରେ ମସ୍ତିଷ୍କରେ ସମସ୍ୟା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଆଜି ତାଙ୍କର ବ୍ରେନ ଡେଡ୍ ଘୋଷଣା କଲେ ଡାକ୍ତର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ ପୁଅର ମୃତ୍ୟୁ ପରେ ଶୋକାକୁଳ ପରିବାର ପୁଅର ଅଙ୍ଗ ଦାନ କରିଛନ୍ତି ବାପା-ମା ।
ଆହୁରି ପଢନ୍ତୁ ଓଡିଶା ଖବର...