Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାହାର ରତ୍ନ ଭଣ୍ଡାର ଖୋଲିବାକୁ ଲାଗିଲା ଗୋଟିଏ ଦିନ

Odisha

ବାହାର ରତ୍ନ ଭଣ୍ଡାର ଖୋଲିବାକୁ ଲାଗିଲା ଗୋଟିଏ ଦିନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାହାର ରତ୍ନ ଭଣ୍ଡାର ଖୋଲିବାକୁ ଲାଗିଲା ଗୋଟିଏ ଦିନ

ଅର୍ଗସ ବ୍ୟୁରୋ:  ଖୁବଶୀଘ୍ର ଭିତର ରତ୍ନ ଭଣ୍ଡାର ଉପରୁ ରହସ୍ୟ ହଟିବ । ଆସନ୍ତା 18 ତାରିଖ ଗୁରୁବାର ସକାଳ 9ଟା51ରୁ 12ଟା 15 ମଧ୍ୟରେ ଦ୍ବିତୀୟ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଶୁଭ ମୁହୁର୍ତ୍ତ ଚୁଡାନ୍ତ ହୋଇଛି । ଗତ 14 ତାରିଖରେ ଟିମ୍ ସମୟ ଅଭାବରୁ କେବଳ ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ବାହାରକୁ ଆସିଥିଲା । ପୁର୍ନବାର ଆସନ୍ତା 18 ତାରିଖକୁ ସମୟ ତାରିଖ ନିର୍ଘଣ୍ଟ କରାଯାଇଛି। ସମାନ ଏସଓପି ବଜାୟ ରହିବ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ସହ ଏକଘଣ୍ଟା କିମ୍ବା ଦେଢଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ । ଆଜି ବସିଥିବା ତଦାରଖ କମିଟିର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏବେ ପୁର୍ନବାର ଦ୍ବିତୀୟ ଥର ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଭିତର ରତ୍ନଭଣ୍ଡାର ଖୋଲାଯାଇ ଶ୍ରୀମନ୍ଦିର ଖଟଶେଯ ଘରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରରେ ଅଳଙ୍କାର ସବୁ ରଖାଯିବ।

ଚଳିତ ଥର ସମାନ ଏସଓପି ପାଳନ କରାଯାଇ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ, ଓଡ୍ରାଫ ଟିମ୍,ଅଗ୍ନିଶମ ବିଭାଗ,ହାଇମାକ୍ସ ଲାଇଟ୍ ର ମଧ୍ୟ ବ୍ୟବସ୍ଥା ହୋଇଛି। ଭିତର ରତ୍ନଭଣ୍ଡାରରେ ରହିଥିବା ସିନ୍ଧୁକ,ଆଲମିରା ମଧ୍ୟରେ ଥିବା ଅଳଙ୍କାରକୁ ନୂତନ ସିନ୍ଧୁକ ଆଲମିରାକୁ ସ୍ଥାନାନ୍ତର କରାଯିବ । ସମସ୍ତ ସିନ୍ଧୁକ ଆଲମିରାକୁ ମ୍ୟୁଜିୟମରେ ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା ପରେ ଏଏସଆଇକୁ ଭିତର ରତ୍ନଭଣ୍ଡାର ହସ୍ତାନ୍ତର କରାଯାଇ ମରାମତି କାର୍ଯ୍ୟ କରାଯିବ । ପରେ ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ରତ୍ନ ଗଣତିମଣତି କରାଯିବ ବୋଲି କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି।ରତ୍ନଭଣ୍ଡାର ଗଣତି ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉଙ୍କି ମାରୁଛି ପ୍ରଶ୍ନ । ପୂର୍ବରୁ ଭିତର ରତ୍ନଭଣ୍ଡାର ଖୋଲିବାକୁ ଲାଗିଥିଲା ୭୨ ଦିନ । ଏବେ କେତେ ଦିନ ଲାଗିବ ତାକୁ ନେଇ ଲୋକଙ୍କୁ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଲୋକଙ୍କ ମନରେ ପ୍ରଶ୍ନ ସତରେ ସୁରକ୍ଷିତ ଅଛି ତ ରତ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
One day the outer ratna bhandar began to open | Argus News