Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମସଲା ଚାଷ ଉପରେ ଦିଆଗଲା ତାଲିମ

Manini Pattanayak
Browse all articles by Manini Pattanayak
·2 years ago·1 min read
ମସଲା ଚାଷ ଉପରେ ଦିଆଗଲା ତାଲିମ

କୋରାପୁଟ:  ବିହନ ସହ ମସଲା ଚାଷ ତାଲିମ ଏବଂ  ଅମଳ ପରେ ଫସଲ ସଂରକ୍ଷଣକୁ କେମିତି କରିବେ ସେ ନେଇ କୋରାପୁଟରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।  ICAR-IISWC,RS,  ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ତାଲିମ କାର୍ଯ୍ୟକ୍ରମ ହୋଇଥିଲା ।  ଏକ ଅନୁସନ୍ଧାନ ପ୍ରକଳ୍ପ ଅଧୀନରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିହନ ମସଲା ଉପରେ ଉଦ୍ୟୋଗ ବିକାଶ ନେଇ ହୋଇଥିଲା ଆଲୋଚନା ଦିଆଯାଇଥିଲା ତାଲିମ ।

 କୋରାପୁଟ ଜିଲ୍ଲା କୃଷକଙ୍କ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଦର୍ଶନ କଳାଯାଇଥିଲା ଏହି ତାଲିମ କାର୍ଯ୍ୟକ୍ରମ । ବିହନ ମସଲା ପ୍ରବର୍ତ୍ତନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ଅନୁଦାନ ପ୍ରାପ୍ତ ।  ଜିରା, ଧନିଆ, ଆଜୁଆଣି,  କଳାଜିରା, ପାନ ମହୁରୀ  ପ୍ରଭୃତି ମସଲା ଫସଲ ପାଇଁ  କୋରାପୁଟ ଜିଲା ଜଣାଶୁଣା।  ତେବେ ତାଲିମ କାର୍ଯ୍ୟକ୍ରମରେ ୧୫୦  କୃଷକ ଯୋଗ ଦେଇଥିବା ବେଳେ 50 ଜଣ ଆଦିବାସୀ ମହିଳା ବି ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଡ.ସଞ୍ଜୟ କୁମାର କହିଥିଲେ, ବିହନ ମସଲା ଚାଷ ଏବଂ  ଅମଳ ପରବର୍ତ୍ତୀ ମୂଲ୍ୟ କେମିତି ନିର୍ଦ୍ଧାରଣ ହେବ ସେନେଇ ଆଲୋଚନା କରିଥିଲେ ।

ସେହିଭଳି ଡ. ପର୍ଶୁରାମ ସିଆଲ, ଏଡିଆର  ଦ୍ୱାରା ଏହି ମଞ୍ଜି ମସଲା କିପରି କୋରାପୁଟ ଜିଲ୍ଲା ଚାଷୀଙ୍କ ଜୀବିକାକୁ ପରିବର୍ତ୍ତନ କରିପାରିବ ସେ ସମ୍ପର୍କରେ କହିଥିଲେ । ଏଥିସହ ଡକ୍ଟର ଜ୍ୟୋର୍ତିମୟୀ ଲେଙ୍କା, ବୈଜ୍ଞାନିକ ପ୍ରତିକ୍ରିୟା ରଖିଥିଲେ ।  ଏହି ତାଲିମ କାର୍ଯ୍ୟକ୍ରମକୁ ICAR-IISWC, ଡକ୍ଟର ରାମଜୟମ୍ ଡି ହେଡ୍ ପରିଚାଳନା କରିଥିଲେ। ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS), କୋରାପୁଟର ସହଯୋଗରେ ଏହି  ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One day training programme on “Seed spices cultivation practices and post-harvest value addition | Argus News