Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାୟୋଫର୍ଟିଫିଡ କନ୍ଦ ଫସଲର ଲାଭ ସମ୍ପର୍କରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ

Ritu Das
Browse all articles by Ritu Das
·1 year ago·2 min read
ବାୟୋଫର୍ଟିଫିଡ କନ୍ଦ ଫସଲର ଲାଭ ସମ୍ପର୍କରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ

ଆଜି ବୋରିଗୁମ୍ମା ବ୍ଲକରେ ମିଶନ ଶକ୍ତି ସଭା ଗୃହରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ବାୟୋଫର୍ଟିଫିଡ କନ୍ଦ ଫସଲର ଲାଭ ସମ୍ପର୍କରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ସଂସ୍ଥାନ, ତ୍ରିଭେନ୍ଦ୍ରମର ନିର୍ଦ୍ଦେଶକ ଡକ୍ଟର ଜି. ବାଇଯୁ ଯୋଗ ଦେଇ ପୁଷ୍ଟିକର କିସମ୍ କନ୍ଦ ଫସଲ ଚାଷ ଦ୍ଵାରା ଓଡ଼ିଶାରେ ରକ୍ତହୀନତା, ଦୃଷ୍ଟିଶକ୍ତି ଓ କୁପୋଷଣ ରୋକାଯାଇ ପାରିବ ବୋଲି କହିଥିଲେ l

ସଂପ୍ରତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଫସଲ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି। ବର୍ତ୍ତମାନ ସମୟରେ କୁପୋଷଣ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଚାଷୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିଲେ ଦେଶରୁ କୁପୋଷଣ ବିରୋଧରେ ବିଜୟ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। 
ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ ଉପସ୍ଥିତ ରହି  ଡିବିଟି ବାୟୋଟେକ୍  କିଷାନ କାର୍ଯ୍ୟକ୍ରମ  ମାଧ୍ୟମରେ ବାୟୋଫର୍ଟିଫେଡ ଧାନ, ମକା ଓ କନ୍ଦ ଫସଲ  ଚାଷ କୋରାପୁଟ ଓ ନବରଙ୍ଗପୁର୍ ଜିଲ୍ଲାରେ ଚାଷ କରାଯାଉଛି ଏହା ଦ୍ବାରା ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରସ୍ତୁତରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l

ଓର୍ମାସର  ଉପ-କାର୍ଯ୍ୟନିର୍ବାହୀ ରୋଶନ କାର୍ତ୍ତିକ ଯୋଗ ଦେଇ ବଜାର ଭିତ୍ତିକ ଚାଷ କରିପାରିଲେ ନିଶ୍ଚିତଭାବେ ଚାଷୀ ମାନଙ୍କ ଲାଭ ହୋଇପାରିବ ବୋଲି କହିଥିଲେ।ବ୍ଲକ୍ ଉଦ୍ୟାନ କୃଷି ଅଧିକାରୀ ବିଜୟ ମହନ୍ତ ଉପସ୍ଥିତ ରହି ଉଦ୍ୟାନ କୃଷି ମାଧ୍ୟମରେ ଅଧିକ ଲୋକଙ୍କୁ ସାମିଲ କରିବା ସହ ବିଜ୍ଞାନ ଓ ରସାୟନ ବିଜ୍ଞାନର ବ୍ୟବାହର କରିପାରିଲେ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ l ବିଜ୍ଞାନ ସଞ୍ଚାରକ ଲକ୍ଷ୍ମୀ ନାରାୟଣ ବକ୍ସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତାଲିମ୍ କାର୍ଯ୍ୟକ୍ରମରେ ବ୍ଲକ୍ ଜୀବିକା କୋର୍ଡିନେଟର ଦେବେନ୍ଦ୍ର କୁମର ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜୀବ ବିଜ୍ଞାନ ସଂସ୍ଥାନ ବୈଷୟିକ ଅଧିକାରୀ ଅମିତାଭ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। କୋଟପାଡ ଓ  ବୋରିଗୁମ୍ମା ବ୍ଲକର ୫୦ ଜଣ ଚାଷୀ ଓ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
N/A | Argus News