Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଉଜୁଡ଼ି ଗଲା ଚାଷୀଙ୍କ ବର୍ଷକର ପରିଶ୍ରମ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଉଜୁଡ଼ି ଗଲା ଚାଷୀଙ୍କ ବର୍ଷକର ପରିଶ୍ରମ 

 ଭୁବନେଶ୍ୱର:  ଛାଡ଼ି ଯାଇଛି ବର୍ଷା, ଦେଇଯାଇଛି ଦୁର୍ଦ୍ଦଶା । ଅଦିନିଆ ବର୍ଷା ଦେଇଗଲା ଦୁଃଖ । ଉଜୁଡ଼ି ଗଲା ଚାଷୀଙ୍କ ବର୍ଷକର ପରିଶ୍ରମ । ପରିବା ଚାଷ ଜମିରେ ଲହଡ଼ି ମାରୁଛି ବର୍ଷା ପାଣି । ଭାଙ୍ଗି ଯାଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ । ଉପକୂଳରୁ ଉପାନ୍ତ ସବୁଠି ବଢିଛି ଚାଷୀଙ୍କ ଚିନ୍ତା ।

ବାଇଗଣ, ଭେଣ୍ଡି, କଲରା, ପିଆଜ, ବାଦାମ, ମୁଗ, ସୁର୍ଯ୍ୟ ମୁଖୀ ଆଦି ଚାଷ ଛାରଖାର୍ ହୋଇଯାଇଛି । ପୁରୀ ଜିଲ୍ଲାର ସତ୍ୟବାଦୀ, କୃଷ୍ଣପ୍ରସାଦ ଓ କଣାସ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ସେହିପରି ବାଲେଶ୍ବରର ବି ବିଭିନ୍ନ ଅଞ୍ଚଳରେ ଚାଷ ନଷ୍ଟ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ବିଲରେ ପାଣି ପଶି ଲକ୍ଷାଧିକ ଟଙ୍କାର ତରଭୁଜ ପଚି ସଢି ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଫସଲ ନଷ୍ଟ ଦେଖି ଚିନ୍ତାରେ ପଡିଛି ।.

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One day's rain has passed away, the farmer's year's hard work has gone to waste | Argus News