ବଜ୍ରପାତରେ ଜଣେ ମୃତ , ୨ ଜଣ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ଯେ, ଆଜି ଅପରାହ୍ନ ୩ଟା ବେଳେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା l ଏହି ସମୟରେ ଉକ୍ତ ବାଗଡିଆ ଥାନା ଶିମିଳିପାଳ ପଞ୍ଚାୟତ ଖଜୁରିଆ ମୁଣ୍ଡା ଗ୍ରାମର ପ୍ରହଲ୍ଲାଦ ମାଝୀ ବର୍ଷା ଯୋଗୁଁ ଏକ ଦୋକାନ ସମୁଖରେ ଛିଡା ହୋଇଥିବା ବେଳେ ବଜ୍ରପାତରେ ତଳେ ପଡ଼ିଥିଲେ l ଏହା ଦେଖି ସେଠାରେ ଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l
ଅଧିକ ପଢନ୍ତୁ : ଚାଷ କାମ କରୁଥିବାବେଳେ ବଜ୍ରପାତ ନେଲା ଜୀବନ
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେହିପରି ନୂଆପଡା ଗାଁର ଟୁକୁ ପରିଡା ଗାଈ ଚରାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ବାଗଡିଆ ଗାଁର ମିନତୀ ବାରିକ ଭାତ ଖାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ l ଗୁରୁତର ଆହତ ମାନେ ପ୍ରଥମେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଛନ୍ତି ।