Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ବଜ୍ରପାତରେ ଜଣେ ମୃତ, ୭ ଜଣ ଆହତ 

Manini Pattanayak
Browse all articles by Manini Pattanayak
·1 year ago·1 min read
 ବଜ୍ରପାତରେ ଜଣେ ମୃତ, ୭ ଜଣ ଆହତ 

ପୁରୀ: ବିଜୁଳି ମାରିବାରୁ ଗଲା ଜୀବନ । ଜଣେ ମୃତ ୭ ଜଣ ଆହତ l ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ଅନ୍ତର୍ଗତ ରାମଚଣ୍ଡୀ ଥାନା ଭୁଁଆ ଅଞ୍ଚଳରେ l ସୂଚନା ଅନୁଯାଇ ଆଜି ସକାଳୁ ଭୁଁଆ ଗ୍ରାମର ୧୫ଜଣ ଲୋକ ଧାନ ରୋହିବାପାଇଁ ବିଲକୁ ଯାଇଥିଲେ l ଧାନ ରୋହିବା ସମୟରେ ହଠାତ୍ ବିଲରେ ବିଜୁଳି ମାରିଥିଲା l ବିଜୁଳିର ଏକ ଶକ୍ତ ଆଲୋକ  ପରେ ସମସ୍ତେ ଟଳିପଡିଥିଲେ l ଯାହାଫଳରେ ସେଠାରେ ଉପସ୍ଥିତ ଥିବା  ୮ ଜଣ ଆହତ ହୋଇଥିଲେ l

ଆହତଙ୍କ ମଧ୍ୟରେ ୮ ଜଣ ମହିଳା ରହିଥିବା ବେଳେ ଗ୍ରାମବାସୀ ମାନେ ଆହତ ହୋଇଥିବା ଲୋକମାନଙ୍କୁ ସଙ୍ଗେ ସଙ୍ଗେ ସଦରମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଚିକିତ୍ସା କରିବା ପୂର୍ବରୁ ଜଣଙ୍କର ମୃତ୍ୟୁ ଘଟିଥିଲା।ମୃତକ ଜଣଙ୍କ ହେଉଛନ୍ତି ଭୁଁଆ ଗ୍ରାମର ୪୫ ବର୍ଷୀୟ କୁନ୍ତୀ ଭୋଇ । ଆହତ ହୋଇଥିବା ଅନ୍ୟ ସାତ ଜଣ ସଦରମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ମୃତ ଓ ଆହତ ହୋଇଥବା ମହିଳାମାନଙ୍କୁ ଆର୍ଥିକ ସହଯୋଗ ପାଇଁ ତାଙ୍କ ପରିବାର ଲୋକ ସରକାରଙ୍କୁ ନିବେଦନ କରିଛନ୍ତି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A lightning suddenly struck land while he was growing paddy | Argus News