ତିର୍ତ୍ତୋଲରେ ବୀଭତ୍ସ ହତ୍ୟା: ଜଣେ ମୃତ , ଦୁଇ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ଜଗତସିଂହପୁର ତିର୍ତ୍ତୋଲରେ ବୀଭତ୍ସ ହତ୍ୟା। ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟାକଲା ନିଶାସକ୍ତ ଯୁବକ। ଯୁବକକୁ ଅଟକାଇବାକୁ ଯାଇ ଦୁଇଜଣ ଗୁରୁତର ହୋଇଛନ୍ତି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ହିତରଣା ଗାଁର ବଟକୃଷ୍ଣ ବିଶ୍ୱାଳଙ୍କ ପୁଅ ସୁବାସ ସେହି ଗାଁର ୫୫ବର୍ଷ ବୟସ୍କ ବିନୋଦ ଦାସଙ୍କୁ ଗାଁଦାଣ୍ଡରେ ଅତର୍କିତ କୁରାଢିରେ ଆକ୍ରମଣ କରିଥିଲା।
ଆକ୍ରମଣ ବେଳେ ଯୁବକକୁ ଅଟକାଇବାକୁ ଯାଇଥିବା ସୁବାସ ବିଶ୍ୱାଳଙ୍କ ଭାଉଜ ଜାନକୀଙ୍କୁ ମାଡମାରି ଅଣ୍ଟା ଗୋଡ ଭାଙ୍ଗିଦେଇଛି। ସେହିପରି ଅନ୍ୟଜଣେ ବିଷ୍ଣୁ ଚରଣ ପଲେଇଙ୍କୁ ହାଣିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସମସ୍ତ ଆହତଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିନୋଦ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ଡାକ୍ତର। ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: