Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକ୍ ଧକ୍କାରେ ଜଣେ ମୃତ ଅନ୍ୟଜଣେ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago·1 min read
ଟ୍ରକ୍ ଧକ୍କାରେ ଜଣେ ମୃତ ଅନ୍ୟଜଣେ ଗୁରୁତର

ଅର୍ଗସ ବ୍ୟୁରୋ: କୋରେଇ ଥାନା ତେନ୍ତୁଲିଖୁଣ୍ଟା ଓଭରବ୍ରିଜ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ,ଜଣେ ମୃତ ଅନ୍ୟଜଣେ ଗୁରୁତର ।ସୂଚନା ଅନୁଯାୟୀ ଆଜି ଫଜାଲପୁର ଗାଁର ଏସ.କେ ସବୀର ଓ ସେକ ଜୁଲପି ପୁକାର ଏକ ବାଇକ ଯୋଗେ ଯାଜପୁର ରୋଡ ରୁ କୋରାଇ ଅଭିମୁଖେ ଫେରୁଥିଲେ l ହଠାତ ତେନ୍ତୁଲିଖୁଣ୍ଟା ଓଭର ବ୍ରିଜ ଛକରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କ ବାଇକ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଏସ.କେ ସବୀରଙ୍କ ମୃତ୍ୟୁ ହେଇଥିବା ବେଳେ ସେକ ଜୁଲପି ପୁକାର ଗୁରୁତର ହେଇଥିଲେ । ତାଙ୍କୁ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead and another seriously injured in a truck accident | Argus News