ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
·1 year ago

ଅର୍ଗସ ବ୍ୟୁରୋ: ଅଜଣା ଗାଡି ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର । ମୃତ ଯୁବକ ଜଣକ ହେଲେ ଚନ୍ଦାହାଣ୍ଡି ବ୍ଲକ ଲୁହବହାଳି ଗ୍ରାମର ଟିକେଶ୍ୱର ଗୌଡ଼ ଏବଂ ଗୁରୁତର ଥିବା ଯୁବକ ଜଣକ ହେଲେ ପିତାମ୍ବର ମାଳି। ଟିକେଶ୍ୱର ଏବଂ ପିତାମ୍ବର ବାଇକ ଯୋଗେ କୌଣସି କାମରେ ଛତିଶଗଡ ଦେଭୋଗକୁ ଯାଇଥିଲେ l ସନ୍ଧ୍ୟା 6 ଟା ସମୟରେ ଘରକୁ ଫେରୁଥିବାବେଳେ ଏନ ଏଚ 130 ସି ଡୋହେଲ ପାଖରେ କୌଣସି ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଟିକେଶ୍ୱରର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ଏବଂ ପିତାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦେଓଭକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: