Videos
|
Odisha

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ...

ଅର୍ଗସ ବ୍ୟୁରୋ: ପୁଣି ଦାଦନ ଯନ୍ତ୍ରଣା। ପରିବାର ପାଇଁ ଦୁଇ ଓଳା ଖାଇବା ଯୋଗାଡ଼ କରିବାକୁ ଯାଇ ଶବ ହୋଇ ଫେରିଲେ। ଏ ଘଟଣା ହେଉଛି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ  ନିଜ ଅଞ୍ଚଳର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଯୁବକ ଦିବାକର ଜେନା ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ  ପାଇଁ ୭ମାସ ତଳେ ଦକ୍ଷିଣ ଆଫ୍ରିକାର କଙ୍ଗୋ ଯାଇଥିଲେ l ଡିସେମ୍ବର ୧୫ତାରିଖ ଦିନ ଦିବାକର ପରିବାର ସହିତ କଥା ହୋଇଥଲେ କିନ୍ତୁ ୧୬ତାରିଖ ଦିନ ସକାଳୁ ଖବର ପହଁଚିଲା, ଦିବାକରଙ୍କ ଅକାଳ ମୃତୁ ହୋଇଛି l

ଶବ ଆଣିବା ପାଇଁ ପରିବାର ପ୍ରଶାସନ ପାଖରେ ଅନେକ ଗୁହାରି କରିବା ପରେ ୨୪ଦିନ ପରେ ଫେରିଛି ଦକ୍ଷିଣଆଫ୍ରିକାରୁ ଦିବାକରଙ୍କ ମୃତ ଦେହ l କିନ୍ତୁ ସବୁଠାରୁ ବଡ଼ କଥା କଫିନରୁ ମୃତ ଦିବାକରଙ୍କ କ୍ଷତବିକ୍ଷତ ଦାଗ ଥିବା ଶବ ଦେଖିବା ପରେ ସୃଷ୍ଟି ହୋଇଛି ସନ୍ଦେହ। କାରଣ ପୂର୍ବରୁ ତାଙ୍କୁ ନିର୍ଯାତନା ଦେଉଥିବା କଥା ପରିବାର ଲୋକଙ୍କୁ କହିଥିଲେ ଦିବାକର। ପାସପୋର୍ଟ ମଧ୍ୟ କମ୍ପାନୀ ଛଡେଇ ରଖିଥିବା କଥା କହିଥିଲେ । ଏମିତିକି କମ୍ପାନୀ କତୃପକ୍ଷ ମାରଧର୍ କରୁଥିବା କଥା ମଧ୍ୟ କହିଥିଲେ।

ତେଣୁ ଏବେ କ୍ଷତାକ୍ତ ଶବକୁ ଦେଖି ସନ୍ଦେହ ସୃଷ୍ଟି ହୋଇଛି । ଏବେ ବଡ଼ ପ୍ରଶ୍ନ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ କଣ ପାଇଁ ଏଜେଣ୍ଟ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଉନି ପ୍ରଶାସନ। ବାରମ୍ବାର ଦାଦନର ଯନ୍ତ୍ରଣା ଖବର ପ୍ରସାରଣ ହେଉଛି , ଅନେକ ମୃତୁ ବରଣ ବି କରୁଛନ୍ତି , କିନ୍ତୁ ରାଜ୍ୟ ସରକାର ସବୁ ଦେଖି ସବୁ ଜାଣି ଚୁପ l କେନ୍ଦ୍ରାପଡ଼ାରେ ରାଜ୍ୟରେ ଏବେ ଦୁଇ ଦୁଇ ଜଣ ଟାଣୁଆ ମନ୍ତ୍ରୀ। ହେଲେ ଏ ମନ୍ତ୍ରୀ ମାନେ କେଉଁ କାମକୁ । ଦାଦନ ପରିବାରଙ୍କ ଅଭିଯୋଗର ଉତ୍ତର ଦେବ କିଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

one dead body in kendrapara | Argus News