ବଜ୍ରପାତରେ ଜଣେ ମୃତ
·1 year ago

ଅର୍ଗସ ବ୍ୟୁରୋ: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅର୍ଗଳ ଗ୍ରାମରେ। ମୃତକ ହେଲେ ବନମାଳୀ ମଳିକ। ଗତ କାଲି ଅପରାହ୍ନ ସମୟରେ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ୫ଟା ସମୟରେ ବଜ୍ରପାତର ଶିକାର ହୋଇଥିଲେ।
ରାତିରେ ଯେତେବେଳେ ସେ ଘରକୁ ନ ଫେରିଲେ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ପରେ ଲୋକେ ବିଲରେ ଯାଇ ଖୋଜିଲା ବେଳକୁ ସେ ବିଲରେ ଅଚେତ ଅବସ୍ଥାରେ ପଡ଼ିଥିବା ଭାବି ତାଙ୍କୁ ମେଡିକାଲ ନେଇ ଆସିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: