Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଜୀବନ

Odisha

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ:  ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପାରିଜାତ ହୋଟେଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଚଳନ୍ତା ମୋଟରସାଇକେଲ ଉପରେ ଚଢ଼ିଗଲା ଟ୍ରକ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଆଜି ଭୋର ୫ ଟା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ଚଣିଆ ବାରିକ ସ୍ତ୍ରୀ କନ୍ତୋଲି ବାରିକ ଏକ ବିବାହ ଭୋଜି ସାରି ମୋଟରସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ପାରିଜାତ ହୋଟେଲ ନିକଟରେ ଏକ ଟ୍ରକ ପଛପଟୁ ତାଙ୍କ ଉପରେ ଚଢିଯିବାରୁ ସ୍ତ୍ରୀ ଛଟିକି ପଡ଼ି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଚଣିଆ ବାରିକ କୁ ଟ୍ରକ ପାଖାପାଖି ୧୦୦ ମିଟର ଘୋଷାଡି ନେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟରସାଇକେଲ କୁ ଜବତ କରି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
one dead in accident | Argus News