Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଜ୍ରାପାତରେ ଜଣେ ମୃତ

Odisha

ବଜ୍ରାପାତରେ ଜଣେ ମୃତ

Rashmita Mishra
Browse all articles by Rashmita Mishra
·1 year ago
ବଜ୍ରାପାତରେ ଜଣେ ମୃତ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ବଜ୍ରାପାତ ଘଟି ଜଣେ ଚାଷୀଙ୍କ ଜୀବନ ଚାଲି ଯାଇଛି। ମୃତ ଚାଷୀ ଜଣଙ୍କ କାଦୁଆ ଗାଁର ଭୀମସେନ ପରିଡା। ଭୀମସେନ ଗାଁ ପାଖ ଚାଷ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ ବଜ୍ରାପାତର ଶିକାର ହୋଇଥିଲେ। ଚାଷ ଜମିରୁ ତାଙ୍କ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ତେବେ ବଜ୍ରାପାତ କାରଣରୁ ଚାଷ ଜମି ଭିତରେ ତାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead in lightning | Argus News