କାର-ବାଇକ୍ ମୁହାଁମହିଁ, ଚାଲିଗଲା ଜଣଙ୍କ ଜୀବନ
·2 years ago

ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲାର ମହାନଦୀ ବ୍ରିଜ ଉପରେ କାର୍ ବାଇକ ଧକ୍କା । ଗୁରୁତର ମାଆଙ୍କ ମୃତ୍ୟୁ ହୋଇଛି। ପୁଅକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମହାନଦୀ ବ୍ରିଜ ଉପରେ କାର୍ ଓ ବାଇକ ମଧ୍ୟରେ ଧକ୍କା ହୋଇ ଗୁରୁତର ଥିବା କାଦପଡା ଗ୍ରାମର ବୃଦ୍ଧା ପିଜୁଳୀ ପ୍ରଧାନ ଓରଫ ଗୁରୁବାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ଥିବା ବୃଦ୍ଧାଙ୍କ ପୁଅ ସୁଜିତ ପ୍ରଧାନଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି ।
ଆଜି ମାଆ ପୁଅ ଏକ ବାଇକରେ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ମହାନଦୀ ପୋଲ ଉପରେ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚାଲି ଯାଇଥିଲା l ମାଆ ଓ ପୁଅଙ୍କୁ ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l ଜଣଙ୍କର ମୃତ୍ୟିୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: