ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଜୀବନ
·2 years ago

ଅର୍ଗସ ବ୍ୟୁରୋ: ଯାଜପୁର ରୋଡ଼ ଥାନା ଶୋବରା ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ। ଏହାସହ ଜଣେ ଗୁରୁତର। ସୂଚନାଯୋଗ୍ୟ ଦୁଇଜଣ ଯୁବକ ଯାଜପୁର ରୋଡରୁ ବାଇକ ଯୋଗେ ଦାନଗଦି ଅଭିମୁଖେ ଯାଉଥିବା ବେଳେ ଶୋବର ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତା ଉପରେ ପଡି ରହିଥିଲେ ।
ଯାଜପୁର ରୋଡ଼ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଗୁରୁତରଙ୍କୁ ଦାନଗଦି ମେଡ଼ିକାଲରେ ଚିକିତ୍ସା କରାଯାଇଛି। ଏଯାବତ ୨ ବ୍ୟକ୍ତିଙ୍କ ଘର ବାଲେଶ୍ଵର ଅଞ୍ଚଳରେ ବୋଲି ସୂଚନା ମିଳିଛି।ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳ ରୁ ଦୁର୍ଘଟଣା ଘଟାଇଥିବା ବାଇକ କୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: