Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଯୁବତୀଙ୍କ ଜୀବନ

Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଯୁବତୀଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଯୁବତୀଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱର ପଳାଶୁଣି ନିକଟ ସପ୍ତସତୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ପଛ ଚକାରେ ଚାଲିଗଲା ଯୁବତୀଙ୍କ ଜୀବନ । ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି । ହଂସପାଳରୁ ରସୁଲଗଡ଼ ଯିବା ସମୟରେ ବାଇକ ସହିତ ଟ୍ରକଟି ଘଷି ହୋଇଯାଇଥିଲା । ପରେ ବାଇକଟି ଭରସାମ୍ୟ ହରାଇ ତଳେ ପଡିଯାଇଥିଲା । ବାଇକରୁ ଦୁଇ ଜଣ ତଳେ ପଡିଯାଇ ଥିଲେ ।

ଏହି ସମୟରେ ଟ୍ରକଟି ଯୁବତୀଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଥିବା ବେଳେ, ଟ୍ରକକୁ ମଞ୍ଚେଞ୍ଚର ପୋଲିସ ନିଜ ହେପାଜତକୁ ନେଇଛି । ଦୁର୍ଘଟଣା ପରେ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
one dead in road accident | Argus News