ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ମା'ର ଜୀବନ
·2 years ago

ଅର୍ଗସ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ମାଛଗାଁ ନିକଟରେ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଗଲା ମା'ର ଜୀବନ। ଏହାସହ ଝିଅ ଆହତ ହୋଇଥିବା ସୂଚନା । ତରାସାହି ଅଂଚଳର ପ୍ରମିଳା ଗୁରୁ ଓ ତାଙ୍କ ଝିଅ ଜଗତସିଂହପୁରରୁ ଏକ ନୂଆ ସ୍କୁଟି କିଣି ଘରକୁ ଫେରୁଥିବାବେଳେ ମାଛଗାଁ ବସଷ୍ଟାଣ୍ଡ ନିକଟରେ ହଠାତ ଏକ ଗାଇ ତାଙ୍କ ଗାଡି ଆଗରେ ପଶି ଯାଇଥିଲା। ଆଉ ଘଟଣା ସ୍ଥଳରେ ମା ପ୍ରମିଳା ଗୁରୁଙ୍କ ମୃତ୍ୟୁ ବରଣ କରିଥିବା ବେଳେ ଝିଅ ଆହତ ହୋଇଥିଲା।
ଆଉ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମା' ଝିଅକୁ ଉଦ୍ଧାର କରି ବାଲିକୁଦା ମେଡିକାଲକୁ ନେଇ ଯାଇଥିଲେ। ଡାକ୍ତର ସେଠାରେ ମା ପ୍ରମିଳା ଗୁରୁଙ୍କୁ ମୃତ ଘୋଷଣା କରିଥିଲା। ଏହି ଖବର ପାଇଲା ପରେ ଘଟଣା ସ୍ଥଳରେ ବାଲିକୁଦା ପୋଲିସ ପହଂଚି ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: