ମହୁମାଛି ଆକ୍ରମଣରେ ଗାଁର ଜଣେ ମୃତ, ୪ ଗୁରୁତର

ଅର୍ଗସ ବ୍ୟୁରୋ: ମହୁମାଛି ଆକ୍ରମଣରେ ବେତିଆପଡା ଗାଁର ଜଣେ ମୃତ, ୪ ଗୁରୁତର। କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ଅଘଟଣ । ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତି। ସୂଚନାନୁସାରେ ବେତିଆପଡା ଗାଁର ୫ଜଣ ବ୍ୟକ୍ତି ବୁର୍ଜା ମାଝୀ(୪୫),ପୂର୍ଣ୍ଣ ମାଝୀ(୪୬),ଲିପା ମାଝୀ(୩୬)ମୁଗ୍ରୀ ମାଝୀ(୩୮) ଓ ପାଗୁ ମାଝୀ(୩୮)ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ | ଏହି ସମୟରେ ହଠାତ୍ ଏକ ମହୁମାଛି ଦଳ ଆକ୍ରମଣ କରିବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଗତ ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ୫ଜଣ ବୁର୍ଜା ମାଝୀ,ପୂର୍ଣ୍ଣ ମାଝୀ,ଲିପା ମାଝୀ,ମୁଗ୍ରୀ ମାଝୀ ଓ ପାଗୁ ମାଝୀଙ୍କୁ ନିକଟସ୍ଥ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଏମାନଙ୍କ ସ୍ୱାସ୍ଥ୍ୟବସ୍ତା ସୁଧାର ଆସିବା ପରେ ଶୁକ୍ରବାର ତାରିରେ ହିଁ ବେତିଆପଡା ଗାଁକୁ ଫେରି ଆସିଥିଲେ।କିନ୍ତୁ ବୁର୍ଜା ମାଝୀ ଗୁରୁତର ହେବାରୁ ତାଙ୍କୁ ରାତାରାତି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାରେ ନେଇ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସିତ ହେଉଥିବା ସମୟରେ ରାତ୍ର ୩ ଘଣ୍ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା।ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମାଲ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର...