ପିକଅପ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ମହାବିରୋଡ ଥାନା ଗୋବରି ଛକ ନିକଟରେ ବାଇକକୁ ଧକ୍କା ଦେଲା ପିକଅପ ଗାଡି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସେହି ଥାନା ଅନ୍ତର୍ଗତ ଡୋଲିଆ ଗ୍ରାମର ମିଲୁ ସିଂ। ଗୁରୁତର ହେଲେ ବାପୁନ ସିଂ।
ଉଭୟ ଏକ ବାଇକ ଯୋଗେ କୌଣସି ଏକ କାମରେ ଯାଉଥିବା ବେଳେ, ଗୋବରୀ ଛକନିକଟରେ ବିପରିତ ଦିଗରୁ ଆସୁଥିବା ପିକଅପ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତାର ତଳକୁ ଉଭୟ ଛିଟିକି ପଡିଥିଲେ। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ପିକଅପ ଗାଡି ଫେରାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: