Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

Ritu Das
Browse all articles by Ritu Das
·2 years ago·1 min read
ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା -ସିନ୍ଧେକେଲା ୪୨ ନମ୍ବର ରାଜ୍ୟ ରାଜପଥ ବାଗବାହାଲ ଛକ ଠାରେ ହାଇୱ। ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଗନ୍ଧରାବନ୍ଧ ପଞ୍ଚାୟତ ଜଏରପଡା ଗାଁର ପର୍ଶୁରାମ ପୁଟେଲ ବୋଲି ସୂଚନା ମିଳିଛି। 

ପର୍ଶୁରାମ ପୁଟେଲ ଓ ଲମ୍ବୁ ପୁଟେଲ ସିନ୍ଧେକେଲାରେ ହେଉଥିବା ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ  ବାଇକ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ  ହାଇୱ। ଧକ୍କାରେ ପର୍ଶୁରାମଙ୍କ ମୃତ୍ୟୁ ହୋଇଥିବାବେଳେ ଲମ୍ବୁଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଛି । କ୍ଷତିପୂରଣ ଦାବି ନେଇ ଉତ୍ତ୍ୟକ୍ତ ଲୋକଙ୍କ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଦୁର୍ଘଟଣା ଘଟାଇ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ  ସିନ୍ଧେକେଲା ପୋଲିସ ପହଞ୍ଚି  ତଦନ୍ତ କରୁଛି। ଉତ୍ତ୍ୟକ୍ତ ଲୋକେ ଜିଦରେ ଅଟଳ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead | Argus News