Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ, ଚାଲିଗଲା ଜୀବନ

Odisha

ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ, ଚାଲିଗଲା ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ, ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ଯୁବକଙ୍କୁ ନିର୍ମମ ହତ୍ୟା। ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନ । ସାଙ୍ଗ ବାହାଘର ଶୋଭାଯାତ୍ରାରେ ଯୋଗଦେବାକୁ ପ୍ରଶାନ୍ତ ଏବଂ ତାଙ୍କ ସାଙ୍ଗ ଜଗନ୍ନାଥ ଜେନା ଯାଉଥିବା ସମୟରେ ଚନ୍ଦ୍ରଗିରି ଗ୍ରାମର ଶ୍ରୀହରି ପ୍ରଧାନ ଏବଂ ତାଙ୍କ ଭାଇ କୃଷ୍ଣ ପ୍ରଧାନ ମିଶି ଆତର୍କିତ ଭାବେ  ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ସାଙ୍ଗରେ ଥିବା ଜଗନ୍ନାଥ ଜେନା ଛଡାଇବାକୁ ଉଦ୍ୟମ କରି ଆହାତ ହୋଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡ଼ାକ୍ତର ପ୍ରଶାନ୍ତକୁ ମୃତ ଘୋଷଣା କରିଛନ୍ତି। ଫଳରେ ଉତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ଖବର ପାଇ ମୋହନା ପୋଲିସ୍ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିଆଁକୁ ଆୟତ କରିଛନ୍ତି । ସେପଟେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଏବଂ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଥିବାବେଳେ, ପୋଲିସ୍ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳବାର ମଧ୍ୟ ରାତ୍ରରୁ ରାସ୍ତା ଅବରୋଧ ଜାରି ରହିଛି ଏବଂ ସ୍ଥାନୀୟ ଲୋକେ ନିଜ ଜିଦିରେ ଅଟଳ ରହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one death in murder | Argus News