Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବକଙ୍କୁ ଖଣ୍ତାରେ ଆକ୍ରମଣ, ଜଣେ ଗୁରୁତର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଯୁବକଙ୍କୁ ଖଣ୍ତାରେ ଆକ୍ରମଣ, ଜଣେ ଗୁରୁତର

ଅର୍ଗସ ବ୍ୟୁରୋ:  ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ହଣ୍ତିଗୁଡା ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଧ ଭାବେ ଖଣ୍ତାରେ ଆକ୍ରମଣ କରିବାରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି l  ହାଣ୍ତିଗୁଡା ଗ୍ରାମର ଶତୃଘନ୍ନ ଗୋଛାୟତ ଗାଁ କୋଠଘରେ ସୋଇଥିବା ବେଳେ ଗ୍ରାମର ଦୟାନିଧି ସାହୁ କୋଠଘରେ ପହଞ୍ଚି ଏଠାରେ କାହିଁକି ସୋଇଛକୁ କହି ଶତୃଘନ୍ନ ଗୋଛାୟତଙ୍କୁ ଗାଳିଗୁଳଜ କରିବା ସହିତ ମାଡପିଟ କରିଥିଲେ l ତେବେ ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲେ ଏବଂ ଉଭୟ ସେଠାରୁ ନିଜନିଜ ଘରକୁ ପଳାଇଥିଲେ l

ଏହାର କିଛିସମୟ ପରେ ଦୟାନିଧି ସାହୁ ଦଃଶାସନ ବେହେରା,ସୁନିଲ ପ୍ରଧାନ,ତ୍ରଇଲକ୍ୟ ପ୍ରଧାନଙ୍କ ସହି ଖଣ୍ତ କଟୁରୀ ନେଇ ଗୋବିନ୍ଦଙ୍କ ଘରକୁ ପହଞ୍ଚି ଗୋବିନ୍ଦଙ୍କୁ ଖଣ୍ତା କଟୁରୀରେ ଆକ୍ରମଣ କରିଥିଲେ l ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇ ପଡିଜିବାରେ ସମସ୍ତେ ସେଠାରୁ ଫେରାର ହୋଇ ଜାଇଥିଲେ l ଏହା ଦେଖି ଗୋବିନ୍ଦଙ୍କ ପରିବାର ଲୋକେ ତୁରନ୍ତ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥରେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତିକରିଥିଲେ l ତେବେ ଗୋବିନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛନ୍ତୁ l ତେବେ ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one injured in attack | Argus News