Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ହାବୁଡରେ ପଡିଗଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·2 years ago
ହାତୀ ହାବୁଡରେ ପଡିଗଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ:  ହାତୀ ହାବୁଡରେ ପଡିଗଲେ ଯୁବକ। ହଠାତ କୂଳଡିହା ଅଭୟାରଣ୍ୟର ହାତୀକୁ ସମ୍ମୁଖରେ ଦେଖି ଦୌଡ଼ି ପଳାଉଥିଲେ ଯୁବକ। ତଳେ ପଡିଯାଇ ଯୁବକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଗରଡ଼ିହି ପଂଚାୟତ ଟିଆକଟା ଗ୍ରାମର  ସୁଦାମ ସିଂ । ତାଙ୍କୁ ଉଦ୍ଧାର କରଯାଇ ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ଖବର ପାଇ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କ ନିର୍ଦେଶ ରେ ବିଜେପି ନେତା ସବ୍ୟସାଚୀ ମହାପାତ୍ର ଓ ଅନ୍ୟମାନେ ନୀଳଗିରି ମେଡ଼ିକାଲ ରେ ପହଁଞ୍ଚି ଆହତ ବ୍ୟକ୍ତି ଙ୍କୁ ଭେଟିଛନ୍ତି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one injured in elephant attack | Argus News