ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଏକ ବୋଲେରୋ ବାଇକ୍କୁ ଧକ୍କା ଦେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ବୋଲେରୋ ଚାଳକ ସମେତ ଜଣେ ଆହତ ହୋଇଛନ୍ତି। ଗୁରୁତର ବାଇକ ଚାଳକ ହେଲେ କଳିକା ପୁରର ପିଙ୍କୁ ଦେହୁରୀ।
ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୁରୁତର ଏବଂ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ବୋଲେରୋକୁ ପୋଲିସ ଜବତ କରି ଜେସିବି ସାହାଯ୍ୟରେ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟ ଜଣେ ଆହତ ବାଇକ ଚାଳକ ପିଙ୍କୁଙ୍କ ସାଙ୍ଗ ହୋଇଥିବା ବେଳେ ବୋଲେରୋ ଚାଳକ ସନ୍ତୁ ଚାତାର ତାଙ୍କ ଘର ପିଛୁଳି ଡୁମ୍ବିରିଆ ବୋଲି ଜଣା ପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: