Videos
|
Odisha

ପାଣି ଭାର ନେଇ ଯାଉଥିବାବେଳେ ଆଖିବୁଜିଲେ କାଉଡିଆ

Smruti Parija
Browse all articles by Smruti Parija
·2 years ago
ପାଣି ଭାର ନେଇ ଯାଉଥିବାବେଳେ ଆଖିବୁଜିଲେ କାଉଡିଆ

କଟକ: ପାଣି ଭାର ନେଇ ଯାଉଥିବା ସମୟରେ ଆଖିବୁଜିଲେ କାଉଡିଆ । ସୂଚନା ମୁତାବକ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବରକାନ୍ଧା ଗାଁ ଚନ୍ଦ୍ରଶେଖର ବୋଲବମ୍ ସଂଘର କିଛି ଯୁବକ କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଆସିବା ବାଟରେ ଜଣେ ଭକ୍ତ ସାଲେପୁର ବିଶେଶ୍ୱର ଶିବ ମନ୍ଦିରର ନିକଟ ରାସ୍ତାରେ ହଠାତ ଅସୁସ୍ଥ ହୋଇପଡିଥିଲେ । 

ଏତିକି ବେଳେ ସ୍ତାନୀୟ ଲୋକ ତାଙ୍କ ସାଥିଙ୍କ ସହାୟତାରେ ସାଲେପୁର ମେଡିକାଲକୁ  ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ମହାକାଳପଡ଼ାର ବୁଲୁ ବାରିକ । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରୁଥିବା ନେଇ ସୂଚନା ଦେଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
one-kanwariya deaths during yatra in salepur | Argus News